ବିଦ୍ୟୁତ୍ ଆଘାତ ରେ ୨ ବଳଦ ମୃତ

, ଚିକିଟି (ଯୁଗାବ୍ଦ ନ୍ୟୁଜ୍) : ବର୍ଷା ଦିନେ ବିଦ୍ୟୁତ୍ ବିଭାଗ ର କର୍ମଚାରୀ ମାନେ ଟିକେ ଧ୍ୟାନ ଦେବା ଜରୁରୀ ଚିକିଟି ବ୍ଲକ୍ କଳବାଡ଼ ପଂଚାୟତ ର ନୁଆ ମୈସାନପୁର ଓ ପୁରୁଣା ମୈସାନ ପୁର ମଝି ଗ୍ରାମ ଠାକୁରାଣୀ ମନ୍ଦିର ସମ୍ମୁଖ ଗ୍ରାମ୍ୟ ସଡକ ରେ ଗଛ ଭାଙ୍ଗି ବିଦ୍ୟୁତ୍ ତାର ରେ ଲଟକି ରହିଛି ସଂମ୍ପୃତ୍ ବ୍ୟକ୍ତି କିମ୍ବା ବିଭାଗ ଏହି ତାର କୁ ବିପଦ ପୂର୍ଣ୍ଣ ଭାବରେ ଗଛକୁ ହଟାଇଲେ ଆଗକୁ ଆସୁଥିବା ବର୍ଷା ଦିନ ରେ କିଛି ଦ୍ରୁଘଟନା ଧନ ଜୀବନ ନଷ୍ଟ ହେବନି। ଚିକିଟି ବ୍ଲକ୍ ସମୁଦ୍ର ଉପକୂଳବର୍ତି ଅଞ୍ଚଳ ସୁରଳ ପଞ୍ଚାୟତ କଇଠ। ଗ୍ରାମରେ ରବିବାର ବିଦ୍ୟୁତ୍ ସଁସ୍ପର୍ସ ରେ ଆସି ଗ୍ରାମର ରୂପାଙ୍ଗ ବେହେରା ଙ୍କ  ଦୁଇଟି ବଳଦ ର ମୃତ୍ୟୁ ହେଇଛି।ପୂର୍ବାହ୍ନ ରେ ହଟାତ ପ୍ରବଳ ବର୍ଷା ହେବା ଫଳରେ ବିଦ୍ୟୁତ ଟ୍ରାନ୍ସଫର୍ମର ର ୩୦ ମିଟର ପର‌୍ୟ୍ୟନ୍ତ ଏଡ଼ତିଙ୍ଗ ତାର ଦ୍ୱାରା ସକ୍ ହୋଇ ଥିଲା ।ସ୍ଥାନୀୟ ଲାଇନମେନ ପହଞ୍ଚି ଲାଇନ ବିଛିନ୍ନ କରି ମୃତ ଦୁଇ ବଳଦ କୁ ଉଦ୍ଧାର କରିଥିଲେ।ସ୍ଥାନୀୟ ଲୋକେ ବିଦ୍ୟୁତ୍ ବିଭାଗର ଅବହେଳା କୁ ଦାୟୀ କରି କ୍ଷତି ପୁରଣ ଦାବି କରିଥିଲେ । ଚାନ୍ଦପୁର ନୂଆପଡ଼ା ଅଞ୍ଚଳ ରେ ଏକ ମାସ ହେଲା ବିଦ୍ୟୁତ୍ ସରବରାହ ଏକ ଘଣ୍ଟାରେ ଆଠ ରୁ ଦଶ ଥର ଯିବା ଆସିବା କରିବା ଫଳରେ ଉପଭୋକ୍ତା ମାନେ ବିରକ୍ତି ପ୍ରକାଶ କରୁଛନ୍ତି।ଏଥି ପ୍ରତି ବିଭାଗୀୟ ଯନ୍ତ୍ରୀ ଧ୍ୟାନ ଦେବା ଜରୁରୀ ବୋଲି ବିଦ୍ୟୁତ୍ ଉପଭୋକ୍ତା କହୁଁଛନ୍ତି।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ