ବିଦ୍ୟୁତ୍ କର୍ମଚାରୀଙ୍କୁ ସୁରକ୍ଷା ସମ୍ବନ୍ଧୀୟ ପ୍ରଶିକ୍ଷଣ

ଛତ୍ରପୁର, (ଦେବଦତ୍ତ ମହାରଣା) : ସ୍ଥାନୀୟ ଭାରତୀ ସେଲିବ୍ରେସନ୍ କଲ୍ୟାଣମଣ୍ଡପ ଠାରେ ଟିପିଏସ୍‌ଓଡିଏଲ୍ କର୍ମଚାରୀମାନଙ୍କ ନିମନ୍ତେ ଏକ ସୁରକ୍ଷା ସମ୍ବନ୍ଧୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପରିବର୍ତ୍ତନ ପରାମର୍ଶଦାତା ତରଫରୁ ଟିପିଏସ୍‌ଓଡିଏଲ୍ ଦ୍ୱାରା ତାଲିମପ୍ରାପ୍ତ ଦିଲୀପ କୁମାର ମିଶ୍ର ଯୋଗଦେଇ ବ୍ୟବହାରିକ ସୁରକ୍ଷା ତାଲିମ ଉପରେ ଆଲୋଚନା କରିଥିଲେ । ‘ସୁରକ୍ଷା’ କର୍ମଚାରୀମାନଙ୍କର କେବଳ କାର୍ଯ୍ୟ କ୍ଷେତ୍ର ନୁହେଁ ଗ୍ରାହକମାନଙ୍କ ସହିତ ଉତ୍ତମ ବ୍ୟବହାର ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ (ଛତ୍ରପୁର-୧ ଓ ଛତ୍ରପୁର-୨ ଡିଭିଜନ) ୪୯ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ । ତାଲିମ କାର୍ଯ୍ୟକ୍ରମରେ ଅଧୀକ୍ଷଣ ଯନ୍ତ୍ରୀ ଇଂ ଚନ୍ଦନ ଦାସ, ନିର୍ବାହୀ ଯନ୍ତ୍ରୀ ସୁଦର୍ଶନ ବେହେରା,ଛତ୍ରପୁର ସବ୍‌ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ରାଜକିଶୋର ବଲ୍ଲଭ, ସହକାରୀ ଯନ୍ତ୍ରୀ ଇଂ ଉମାଶଙ୍କର ଦାସଙ୍କ ଉପସ୍ଥିତିରେ ବୈଦ୍ୟୁତିକ ସୁରକ୍ଷା ବିଷୟରେ ବିଷଦଭାବେ ଆଲୋଚନା କରାଯାଇଥିଲା । ସୁରକ୍ଷା ଯନ୍ତ୍ରୀ ମନ୍ମଥ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ