ବିଦ୍ୟୁତ୍ କାଟ୍ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ

ଭାପୁର (ଯୁଗାବ୍ଦ ନ୍ୟୁଜ୍): ଚଳିତ ବର୍ଷ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ସହ ମୁଣ୍ଡଫଟା ଖରା ଜନସାଧାରଣଙ୍କୁ ଅସ୍ତବ୍ୟସ୍ତ କରୁଥିବାବେଳେ ଖଣ୍ଡପଡ଼ା ଅଞ୍ଚଳରେ ଘନ ଘନ ବିଦ୍ୟୁତ୍ ବିଭ୍ରାଟ୍ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀ ହେଉଛନ୍ତି । ରବିବାର ରାତି ତମାମ ବିଦ୍ୟୁତ୍ ନଥିବାବେଳେ ସୋମବାର ସକାଳ ୬ରୁ ବିଦ୍ୟୁତ୍ କାଟ୍ ହୋଇଥିଲା । ବିଦ୍ୟୁତ୍ କାଟ୍ର କାରଣ ଜାଣିବାକୁ ଫୋନ୍ କଲେ ବି ଫେଡ୍କୋ ଯନ୍ତ୍ରୀ ଫୋନ ଉଠାଉନାହାନ୍ତି । ବିଦ୍ୟୁତ୍ କାଟ୍ ଯୋଗୁଁ ମୋବାଇଲ୍ ସେବା ପ୍ରଭାବିତ ହେବାସହ ବ୍ୟାଙ୍କରେ ଗ୍ରାହକ ହନ୍ତସନ୍ତ ହେଉଛନ୍ତି । ବ୍ୟାଙ୍କରେ ଲିଙ୍କ୍ ଫେଲ ହେବାଯୋଗୁଁ ପ୍ରବଳ ଗରମରେ ଗ୍ରାହକ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି । ତେବେ ଖଣ୍ଡପଡ଼ା ଭାପୁର ଅଞ୍ଚଳରେ ବାରମ୍ବାର ଏପରି ବିଦ୍ୟୁତ୍ ବିଭ୍ରାଟ ହେଉଥିଲେ ହେଁ ବଭାଗୀୟ କର୍ମକର୍ତ୍ତା ଏଥିପ୍ରତି ସଜାଗ ନହେବା ସାଧାରଣ ବିସ୍ମୟ ପ୍ରକାଶ ପାଇଛି । ଗୋଟିଏ ପଟେ ବିଦ୍ୟୁତ୍ ବିଲ୍ରେ ଅନେକ ତ୍ରୁଟି ପରିଲକ୍ଷିତ ହୋଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିବାବେଳେ ସେବାରେ ବାରମ୍ବାର ବିଭ୍ରାଟ ହେବା ସାଧାରଣ ଲୋକଙ୍କ ମଧ୍ୟରେ ଆନ୍ଦୋଳନର ଦାନା ବାନ୍ଧୁଥିବା ଜଣାପଡ଼ିଛି । ବିଦ୍ୟୁତ୍ କାଟ୍ର କାରଣ, ସମୟ ବିଭାଗୀୟ ଅଧିକାରୀ ଜନସାଧାରଣଙ୍କୁ ଅବଗତ କରାଇବାଲାଗି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ