ବିଦ୍ୟୁତ୍‌ କାର୍ଯ୍ୟାଳୟ ପରିସରରେ ବିଦ୍ୟୁତ୍‌ ବିଲ୍ ସଂଶୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବ୍ଲକ ବିଦ୍ୟୁତ୍‌ ଅଧିକାରୀ ଶ୍ୟାମସୁନ୍ଦର ବେହେରାଙ୍କ ଅଧ୍ୟକ୍ଷତାରେ ଓ ସହକାରୀ ଯନ୍ତ୍ରୀ ପବିତ୍ର କୁମାର ସାହୁ ଏବଂ ଟାଟା ପାଓ୍ବାର ବାଣିଜ୍ୟିକ ଅଧିକାରୀଙ୍କ ସହଯୋଗରେ ଜି.ଉଦୟଗିରି ବିଦ୍ୟୁତ୍‌ କାର୍ଯ୍ୟାଳୟ ପରିସରରେ ବିଦ୍ୟୁତ୍‌ ବିଲ୍ ସଂଶୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିବରଣୀରୁ ପ୍ରକାଶ ଯେ ଟାଟା ପାଓ୍ବାର ସହ ବିଦ୍ୟୁତ୍‌ ବିଭାଗ ଅନୁବନ୍ଧିତ ହେବା ପରେ ଜି.ଉଦୟଗିରି ବିଦ୍ୟୁତ୍‌ କାର୍ଯ୍ୟାଳୟ ଅଧିନସ୍ଥ ବିଦ୍ୟୁତ୍‌ ଉପଭୋକ୍ତା ମାନଙ୍କର ବିଦ୍ୟୁତ୍‌ ବିଲରେ ଯେଉଁ ସବୁ ଭୁଲ ଥିଲା ତାକୁ ବାରମ୍ବାର ସଂଶୋଧନ କରିବାକୁ ହିତାଧିକାରୀ କାର୍ଯ୍ୟାଳୟକୁ ଆସୁଥିବା ବେଳେ  ସେସବୁ ସମସ୍ୟାର ସମାଧାନ ନିମନ୍ତେ ବିଭାଗ ପକ୍ଷରୁ ଏକ ସମୁହ ବିଦ୍ୟୁତ୍‌ ବିଲ ସଂଶୋଧନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ଜରିଆରେ ଅଞ୍ଚଳର ବିଦ୍ୟୁତ୍‌ ଉପଭୋକ୍ତା ମାନଙ୍କର ଅନଲାଇନ୍ ମାଧ୍ୟମରେ ୩୫ଟି ବିଲ ଓ ଅଫଲାଇନ୍ ମାଧ୍ୟମରେ ୩୦ଟି ବିଲ ସଂଶୋଧନ କରାଯିବା ସହ ନଗଦ ୪୨୦୦୦ ଟଙ୍କା ଆଦାୟ କରାଯାଇଥିଲା । ଏହି  ପରି ନିୟମିତ କରିଲେ  ବିଦ୍ୟୁତ ଉପଭୋକ୍ତାଙ୍କ ସମସ୍ୟା ଶିଘ୍ର ସୁଧୁରି ଯାଇ  ପାରନ୍ତା ବୋଲି  ମତ ପ୍ରକାଶ  ପାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ