ବିଦ୍ୟୁତ୍ ତାର ନେଲା ଗାଈର ଜୀବନ: ବିଭାଗୀୟ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ
ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ବନ୍ତ ବ୍ଲକ ରାମପୁର ପଞ୍ଚାୟତ ଅଳଉତି ଗ୍ରାମରେ କମ୍ ଉଚ୍ଚତାରେ ଯାଇଥିବା ବିଦ୍ୟୁତ୍ ତାର ଗୋଟିଏ ଗାଈର ଜୀବନ ନେଇଥିବାର ଥିବାର ଜଣାଯାଇଛି । ଏଥିନେଇ ଗାଈ ମାଲିକ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କରିଥିବାର ଜଣାଯାଇଛି । ଅଭିଯୋଗରୁ ପ୍ରକାଶ ଯେ, ବନ୍ତ ବ୍ଲକ ରାମପୁର ପଞ୍ଚାୟତ ଅଳଉତି ଗ୍ରାମରେ ଗତ ୫/୬ ବର୍ଷ ଧରି ବିଦ୍ୟୁତ ତାର କମ୍ ଉଚ୍ଚତାରେ ଯାଇଥିବା ନେଇ ଗ୍ରାମବାସୀ ମାନେ ଅଭିଯୋଗ କରିଆସୁଥିଲେ । ମାତ୍ର ସଂପୃକ୍ତ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା । ଗତ ତା-୯-୫-୨୦୧୯ ରିଖରେ ଗ୍ରାମର ନିରଞ୍ଜନଙ୍କ ଭୂୟାଁଙ୍କର ଏକ ଗାଈ ସଂପୃକ୍ତ ସ୍ଥାନରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିଲା । ଏହି ଘଟଣା ଜାଣିବା ପରେ ନିରଞ୍ଜନ ସଂପୃକ୍ତ ବିଭାଗର ଖାମଖିଆଲି ନୀତି ପାଇଁ ତାଙ୍କର ଗାଈ ମୃତ୍ୟୁ ବରଣ କରିବା ଏବଂ ଏଥିପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କ ବିରୁଦ୍ଧରେ କେନ୍ଦୁଆପଦା ଫାଣ୍ଡିରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ବେଳେ ନେସ୍କୋ ବିଭାଗ ପକ୍ଷରୁ ସଂପୃକ୍ତ ଅଞ୍ଚଳରେ ବିଦ୍ୟୁତ୍ ତାର ଓ ଖୁଣ୍ଟକୁ ମରାମତି କରାଯାଇଛି ।