ବିଦ୍ୟୁତ୍ ପାଇଁ ରାସ୍ତା ଅବରୋଧ, ଲୁଚିଲେ ଫିଡ୍କୋ ଅଧିକାରୀ

ପୁରୀ (ଜୁଗାବ୍ଦ ନ୍ୟୁଜ୍‍): ବାତ୍ୟା ଫାନିକୁ ବିତିଲାଣି ୩୪ ଦିନ । ହେଲେ ଆଜି ପର୍ଯ୍ୟନ୍ତ ସ୍ୱାଭାବିକ ହୋଇପାରିଲା ନାହିଁ ବିଦ୍ୟୁତ୍ ସେବା । ଲୋକମାନେ ବିଦ୍ୟୁତ୍ ନଥିବାରୁ ଅତିଷ୍ଠ ହୋଇ ବାରମ୍ବାର ଫିଡ୍କୋ କାର୍ଯ୍ୟାଳୟକୁ ଦୌଡିଥିଲେ ସୁଦ୍ଧା ଆଜି କାଲି ବିଦ୍ୟୁତ୍ ସଂଯୋଗ ଦିଆଯିବ ବୋଲି କହିଥିଲେ । ହେଲେ ବାସ୍ତବରେ ଉକ୍ତ ଅଞ୍ଚଳରେ ବିଦ୍ୟୁତ୍ ଖୁଣ୍ଟ ମଧ୍ୟ ପୋତାଯାଇନାହିଁ । କିନ୍ତୁ ସେମାନେ ବିଦ୍ୟୁତ୍ ଦେବେ ବୋଲି ଭଣ୍ଡାଉଥିବା ସ୍ପଷ୍ଟ ହୋଇଛି । ଗୁରୁବାର ସନ୍ଧ୍ୟା ୭ଟାରେ ବିଦ୍ୟୁତ୍ ସଂଯୋଗ ଦିଆଯିବ ବୋଲି ଅଧିକାରୀମାନେ ଗ୍ରାମବାସୀଙ୍କୁ କହିଥିଲା ବେଳେ ସେମାନଙ୍କୁ ବିଦ୍ୟୁତ୍ ମିଳିନଥିଲା । ଫଳରେ ଗୋପାଳପୁର ଗ୍ରାମବାସୀ ବାଲିଘାଟରେ ରାସ୍ତା ଅବରୋଧ କରିଥିଲେ । ବିଦ୍ୟୁତ୍ ସଂଯୋଗ ନଦେଲେ ରାସ୍ତାରୋକ ହଟିବ ନାହିଁ ବୋଲି ରୋକ୍ଠୋକ୍ ଶୁଣାଇଛନ୍ତି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ବି ସେମାନେ ତାଙ୍କ ଜିଦ୍ରେ ଅଟଳ ରହିଥିଲେ । କିନ୍ତୁ ଗ୍ରାମବାସୀଙ୍କ ଉତ୍ତେଜନା ଦେଖି ଫିଡକୋ ଅଧିକାରୀ ଲୁଚୁଥିବା ଦେଖିବାକୁ ମିଳିଛି । ତୁରନ୍ତ ବିଦ୍ୟୁତ୍ ସଂଯୋଗ ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ରାସ୍ତା ଅବରୋଧ ହଟିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ