ବିଦ୍ୟୁତ୍ ଯନ୍ତ୍ରୀଙ୍କୁ ଘେରିଲେ ବ୍ୟବସାୟୀ ସଂଘ

ନୟାହାଟ ( (ଯୁଗାବ୍ଦ ନ୍ୟୁଜ୍)): ଗତ କିଛିଦିନ ହେଲା ନୟାହାଟକୁ ବିଦ୍ୟୁତ୍ ଆସିବାର ଦୀର୍ଘ ୧୨ ଦିନ ପରେ ସକାଳ ୮ରୁ ରାତି ୯ଟା ପର‌୍ୟ୍ୟନ୍ତ ବିଦ୍ୟୁତ୍ କାଟ୍ କରାଯିବା ଫଳରେ ସାଧାରଣ ଲୋକ ଅତିଷ୍ଠ ହୋଇପଡ଼ିଥିଲେ । ବିଦ୍ୟୁତ୍ ମରାମତି କାମ ଚାଲିଥିବାରୁ ବିଦ୍ୟୁତ୍ କାଟ୍ ହେଉଥିବା ବିଭାଗୀୟ ଯନ୍ତ୍ରୀ ସଫେଇ ଦେଇଥିଲେ । ଏବେ ବିଦ୍ୟୁତ୍ ମରାମତି ସରିଥିଲେ ବି ବିଦ୍ୟୁତ୍ କାଟ୍ ହେଉଥିବାରୁ ସାଧାରଣ ଲୋକ ଏବଂ ବ୍ୟବସାୟୀ ସଂଘ ଏହାକୁ ସହଜରେ ଗ୍ରହଣ କରିପାରିଲେ ନାହିଁ । ଫଳରେ ସୋମବାର ବ୍ୟବସାୟୀ ସଂଘ ସଭାପତି ଫକିରା ବାରିକ, ପୂର୍ବତନ ସଭାପତି କେଦାର ନନ୍ଦୀ, ସଂପାଦକ ସୁବାସ ପାତ୍ରଙ୍କ ନେତୃତ୍ୱରେ ଶତାଧିକ ବ୍ୟବସାୟୀ ଯନ୍ତ୍ରୀ ଶ୍ରୀ ପାତ୍ରଙ୍କୁ ଯୋଗେଶ୍ୱରପୁରଠାରେ ଘେରିବା ପରେ ଅପରାହ୍ନରେ ନୟାହାଟକୁ ବିଦ୍ୟୁତ୍ ସଂଯୋଗ କରାଯାଇଥିଲା । ଯେଉଁ ଅଞ୍ଚଳରେ କାମ ଚାଲିଛି ସେଠାରେ ବିଦ୍ୟୁତ୍ କାଟିବାକୁ ନିଷ୍ପତ୍ତି ହେବାପରେ ବ୍ୟବସାୟୀ ସଂଘ ଯନ୍ତ୍ରୀଙ୍କୁ ଛାଡ଼ିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ