ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ପ୍ରତ୍ୟାହାର ପାଇଁ ରାୟଗଡରେ ସିପିଆଇ(ଏମ୍)ର ବିକ୍ଷୋଭ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):କରୋନା ମହାମାରୀ ଯୋଗୁଁ ରାଜ୍ୟବାସୀ ହନ୍ତସନ୍ତ ହେଉଥିବାବେଳେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ସାଧାରଣ ଖାଉଟିଙ୍କ ଉପରେ ବୋଝ ଉପରେ ନଳିତା ବିଡା ପରି ମାଡ କରୁଛି । ଏହାର ପ୍ରତିବାଦରେ ଗଜପତି ଜିଲା ରାୟଗଡ ବ୍ଲକ ସଦର ମହକୁମା ଠାରେ ବ୍ଲକ ସିପିଆଇ(ଏମ୍) ତରଫରୁ ଏକ ଶୋଭାଯାତ୍ରା ବାହାରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଥିରେ ଜିଲ୍ଲା ସମ୍ପାଦକ ମଣ୍ଡଳୀ ମୋହିତ ମିଶାଲଙ୍କ ନେତୃତ୍ୱରେ ଥାନା ଛକ ଠାରୁ ଏକ ର୍ୟାଲିରେ ବାହାରି ବିଭିନ୍ନ ପ୍ରକାର ନାରାବାଜୀ ଦେଇ ହାତରେ ପ୍ଲାଗ କାର୍ଡ ଧରି ସାଉଥକୋ କାର୍ଯ୍ୟାଳୟ ଠାରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରି ଦାବ ପତ୍ର ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସିପିଆଇ(ଏମ୍)ର ବରିଷ୍ଠ କର୍ମୀ କର୍ଣ୍ଣ ସ୍ୱାଲସିଂ, ନିତ୍ୟାନନ୍ଦ ଶବର ସମେତ କର୍ମୀମାନେ ଉପସ୍ଥିତଥିଲେ ।