ବିଦ୍ୟୁତ୍ ସଂପ୍ପର୍ଶରେ ଆସି ଯୁବକର ମୃତ୍ୟୁ
ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ଗୁରବାର ବନ୍ତ ଥାନା ଅଧିନ ଗଭିଗଢିଆ ଗ୍ରାମର ଜଣେ ଯୁବକ ବିଦ୍ୟୁତ୍ ସଂପ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିବା ଜଣାଯାଇଛି । ମୃତ ଯୁବକ ଜଣକ ସନାତନ ନନ୍ଦଙ୍କ ପୁଅ ଯଦୁନାଥ ନନ୍ଦ(୪୦) ବୋଲି ଜଣାଯାଇଛି । ସକାଳ ସମୟରେ ଯଦୁନାଥ ଘର ପାଖରେ କାମ କରୁଥିବା ବେଳେ ବିଦ୍ୟୁତ୍ ତାର ସଂପ୍ପର୍ଶରେ ଆସି ଗୁରୁତର ହୋଇଥିଲେ । ପରିବାରଲୋକେ ତାଙ୍କୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଭଦ୍ରକ ଟାଉନ ଥାନା ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଛି । ଖବର ପାଇ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ସୁବ୍ରତ ଦାସ, ୧୬ନଂ.ଜୋନ୍ ସଭାପତି ନିରଞ୍ଜନ ମଲ୍ଲିକ, ଆଇନଜୀବି ଅନନ୍ତ ଗୋପାଳ ଦାସ, ଭବେନ୍ଦ୍ର ସାହୁ, ସନ୍ତୋଷ ବାରିକ ପ୍ରମୁଖ ମୃତ ଯୁବକର ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି । ଏନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।