ବିଦ୍ୟୁତ୍ ସଂଯୋଗ ନହେବାରୁ ରାସ୍ତାରୋକ

ଚାରିଛକ (ଯୁଗାବ୍ଦ ନ୍ୟୁଜ୍): ଚାରିଛକ-କାକଟପୁର ମୁଖ୍ୟରାସ୍ତାର ତୁଳସୀପୁର ବିବେକାନନ୍ଦ ଶିକ୍ଷାକେନ୍ଦ୍ର ନିକଟରେ ସୋମବାର ପୂର୍ବାହ୍ନରେ ତୁଳସୀପୁର ଦଳିତସାହିର ଲୋକମାନେ ରାସ୍ତାରୋକ କରିଥିଲେ । ଖବରରୁ ଜଣାପଡିଛି ଯେ, ଗତକାଲି କାକଟପୁର ବିଦ୍ୟୁତ୍ ସେକ୍ସନ୍ ନଂ ୨ ଯୋଗେଶ୍ୱରପୁର ଅଧିନ ତୁଳସୀପୁର ଅଞ୍ଚଳର କେତେକ ଗ୍ରାମକୁ ବିଦ୍ୟୁତ ସଂଯୋଗ କରାଯାଇଛି, ମାତ୍ର ତୁଳସୀପୁର ଚଇତାସାହି, ଗୋଚ୍ଛାୟତସାହି, ବେହେରାସାହି, ସିଠସାହି ଓ ଚୌକିଆସାହିକୁ ବିଦ୍ୟୁତ ସଂଯୋଗ କରାଯାଇନଥିବାରୁ ତାହାର ପ୍ରତିବାଦରେ ସୋମବାର ପୂର୍ବାହ୍ନରେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଚାରିଛକ-କାକଟପୁର ମୁଖ୍ୟରାସ୍ତାକୁ ପ୍ରାୟ ୩ଘଣ୍ଟାରୁ ଊଦ୍ଧ୍ୱର୍ ସମୟ ଧରି ଟାୟାର ଜାଳି ରାସ୍ତାରୋକ କରିଥିଲେ । ଯାହା ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ଶହଶହ ଗାଡିମଟର ଅଟକି ରହିଥିଲା । ଖବର ପାଇ କାକଟପୁର ବିଦ୍ୟୁତ୍ ବିଭାଗ ସେକ୍ସନ୍ ନଂ୨ର ଜେଇ ପିକେ ପାତ୍ର ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରି ସାତଦିନ ମଧ୍ୟରେ ବିଦ୍ୟୁତ ଜଳିବ ବୋଲି ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକ ହଟିଥିଲା । ଅନ୍ୟ ପକ୍ଷରେ କେତେକ ବିଭାଗୀୟ କର୍ମଚାରୀ ବିଭିନ୍ନ ଗ୍ରାମର ଲୋକଙ୍କ ଠାରୁ ମୋଟା ଅଙ୍କର ଉତ୍କୋଚ ନେଇ ସେମାନଙ୍କୁ ଆଗୁଆ ଲାଇନ ଦେଉଥିବା କିଛି ଆନ୍ଦୋଳନକାରୀଙ୍କ ଠାରୁ ଶୁଣିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ