ବିଦ୍ୟୁତ୍ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟି ସମ୍ପୂର୍ଣ୍ଣ ଘର ପୋଡି ପାଉଁଶ ସହାୟତା ପାଇଁ ଦାବୀ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତର ଡକରବାଡ଼ି ଗ୍ରାମରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟି ଜଣେ ବ୍ୟକ୍ତିର ସମ୍ପୂର୍ଣ୍ଣ ଘର ପୋଡ଼ିଯାଇଛି। ଏଥି ସହ ଘରର ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି। ତେବେ ଏହି ଅଗ୍ନିକାଣ୍ଡ ବିଦ୍ୟୁତ୍ ସର୍ଟସର୍କିଟରୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସୂଚନା ଅନୁସାରେ ଗ୍ରାମର ମିଥୁନ ଦିଗାଲଙ୍କ ଘରେ ଅଗ୍ନିକାଣ୍ଡ ଘଟିଛି। ଘରେ ନିଆଁ ଲାଗିଥିବା ସମୟରେ ମିଥୁନ ଦିଗାଲଙ୍କ ୧୦ ବର୍ଷର ପୁଅ ଆଦିତ୍ୟ ଦିଗାଲ ଘରେ ଶୋଇଥିଲେ। ସେହିପରି ମିଥୁନ ଦିଗାଲ ଜଙ୍ଗଲକୁ ଖଲିପତ୍ର ଆଣିବା ପାଇଁ ଯାଇଥିବା ବେଳେ ମାଆ ସବିତା ଦିଗାଲ ଅନ୍ୟ ଏକ ସାହିକୁ ଯାଇଥିଲେ। ହଠାତ ଘରେ ନିଆଁ ଲାଗିବା ଦେଖି ଆଦିତ୍ୟ ଘର ବାହାରକୁ ବାହାରି ପାଖପଡୋଶୀ ଲୋକଙ୍କୁ ଡାକିଥିଲା। ଲୋକ ଆସି ନିଆଁ ଲିଭାଇବା ପାଇଁ ଚେଷ୍ଟା କରିବା ସହ ଦାରିଙ୍ଗବାଡ଼ି ଅଗ୍ନିଶମ ବିଭାଗକୁ ଫୋନ କରି ଜଣାଇଥିଲେ। ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ସୁଦ୍ଧା ଘର ସମ୍ପୂର୍ଣ୍ଣ ଜଳିଯାଇଥିଲା। ଘରେ ଥିବା ୧୦ ବସ୍ତା ଧାନ, ଦୁଇ ବସ୍ତା ଚାଉଳ, ଚାଉଳ କାର୍ଡ, ଜରୁରୀ କାଗଜପତ୍ର, ସୁନା, ରୂପା, ନଗଦ ୨୦ ହଜାର ଟଙ୍କା, ଲୁଗାପଟା ଓ ଅନ୍ୟାନ୍ୟ ଜିନିଷ ଅଗ୍ନିକାଣ୍ଡରେ ପୋଡ଼ି ପାଉଁଶ ହୋଇଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ