ବିଦ୍ୟୁତ୍ ସ୍ପର୍ଶରେ ଶ୍ରମିକ ମୃତ

ଛତ୍ରପୁର, (ଓ୍ବାଇଏନ୍ଏସ୍):ଚମାଖଣ୍ଡି ଥାନା ଅନ୍ତର୍ଗତ ଆଇଆରଇ କଲୋନୀ ଠାରେ ବିଦ୍ୟୁତ୍ ସ୍ପର୍ଶରେ ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତ ଠିକା ଶ୍ରମିକ ଜଣକ କଣମଣା ଗ୍ରାମର ଯୋଗେନ୍ଦ୍ର କୁମାର ବେହେରା(୩୮) ବୋଲି ଜଣାପଡିଛି । ମିଳିଥିବା ସୂଚନାନୁସାରେ, ଆଇଆରଇ କମ୍ପାନୀ ପରିସରରେ ଏକ ଘରୋଇ ସଂସ୍ଥା ର ମୃତ ଯୋଗେନ୍ଦ୍ର ବିଦ୍ୟୁତ୍ କାମ ଠିକା ଶ୍ରମିକ ଭାବେ କରନ୍ତି । ଆଜି ଆଇଆରଇ କଲୋନୀ ଠାରୁ ମାଟିଖାଲ ରାସ୍ତାରେ ବିଦ୍ୟୁତ୍ ଖୁଣ୍ଟରେ କାମ ଚାଲିଥିବା ବେଳେ କୌଣସି କାରଣରୁ ଯୋଗେନ୍ଦ୍ର ବିଦ୍ୟୁତ୍ ଆଘାତ ଲାଗିଥିଲା । ଫଳରେ ସେ ଗୁରୁତର ଆହତ ହୋଇ ତଳେ ପଡିଥିଲେ । ଆହତ ଅବସ୍ଥାରେ ଆଇଆରଇ କମ୍ପାନୀ ଆମ୍ବୁଲାନ୍ସରେ ଯୋଗେନ୍ଦ୍ରକୁ ଛତ୍ରପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଶ୍ରମିକ ଜଣେ ନିହାତି ଗରିବ ଶ୍ରେଣୀର । ଦୁଇଟି ଛୋଟ ଛୋଟ ଶିଶୁ ପୁତ୍ର । ସୂଚନା ପାଇ ଘଟଣା ସ୍ଥଳେ ସ୍ଥାନୀୟ ସରପଞ୍ଚ ଏସ୍‌.ଚକ୍ରପାଣି ରେଡ୍ଡୀ ପହଞ୍ଚି ମୃତ ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ୨୦ ଲକ୍ଷ ଟଙ୍କା ଏବଂ ମୃତ ଶ୍ରମିକ ଯୋଗେନ୍ଦ୍ରଙ୍କ ପତ୍ନୀକୁ କମ୍ପାନୀରେ ଚାକିରି ଦେବା ପାଇଁ ଦାବି କରିଥିଲେ । ଏହି ସଂକ୍ରାନ୍ତରେ ଆଇଆରଇ କଲୋନୀ ସ୍ଥିତ ସମ୍ମିଳନୀ କକ୍ଷରେ ଆଇଆରଇ କମ୍ପାନୀ କର୍ତ୍ତୃପକ୍ଷ, ସ୍ଥାନୀୟ ସରପଞ୍ଚ, ପୁଲିସ ଏବଂ ଗ୍ରାମବାସୀଙ୍କ ଉପସ୍ଥିତିରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନା ବୈଠକ ଦୀର୍ଘ ୪/୫ ଘଣ୍ଟା ଧରି ଚାଲୁରହିଥିଲେ । ଶେଷରେ ଆଇଆରଇ କଂପାନୀ ଏବଂ ଘରୋଇ ସଂସ୍ଥାର କଣ୍ଟାକ୍ଟର ମିଳିତ ଭାବେ ୧୬ଲକ୍ଷ ୫୦ହଜାର ଟଙ୍କା ମୃତ ପରିବାରଙ୍କୁ କ୍ଷତିପୂରଣ ବାବଦରେ ପ୍ରଦାନ କରିବେ ଏବଂ ମୃତ ଯୋଗେନ୍ଦ୍ରଙ୍କ ସ୍ତ୍ରୀଙ୍କୁ ଠିକା ଶ୍ରମିକ ଭାବେ ନିଯୁକ୍ତି ମିଳିବ ବୋଲି ଆଲୋଚନାରେ ସାମିଲ ଥିବା କଣମଣା ସରପଞ୍ଚ ଏସ.ଚକ୍ରପାଣି ରେଡ୍ଡୀ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ