ବିଦ୍ୟୁତ୍ ସ୍ପଶର୍ଷରେ ଆସି ଯୁବକ ଗୁରୁତର
ପାଟଣା : ବିଦୁୃତ୍ ଖୁଣ୍ଟରେ ଚଢି ଜଣେ ଶ୍ରମିକ କାମ କରୁଥିବାବେଳେ ବିଦ୍ୟୁତ୍ ସ୍ପଶର୍ଷରେ ଆସି ଜଣେ ଯୁବକ ଗୁରୁତର ଆହାତ ହୋଇଛନ୍ତି । ଆହାତ ଯୁବକ ଜଣଙ୍କୁ ପାଟଣା ମେଡିକାଲରେ ଭର୍ତ୍ତିକରାଯାଇଛି । ଏହା ପରେ ତାଙ୍କୁ କେନ୍ଦୁଝର ମେଡିକାଲରେ ଭର୍ତ୍ତିକରାଯାଇଥିଲା । ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଶ୍ରମିକ ଜଣକ ବିଦ୍ୟୁତ୍ ବିଭାଗର ଜଣେ ଠିକା କର୍ମଚାରୀ ଭାବେ କାମ କରୁଥିଲେ । କିନ୍ତୁ ସୋମବାର ରାତିରେ ଘରୋଇ କାର୍ଯ୍ୟ ନେଇ ବିଦ୍ୟୁତ୍ ଖୁଣ୍ଟ ଉପରକୁ ଚଢି କାମ କରୁଥିବାବେଳେ ବିଦ୍ୟୁତ ସଂଷ୍ପର୍ଶରେ ଆସି ତଳେ ପଡିଯାଇଥିଲେ । ତଳେ ପଡି ତାଙ୍କର ମେରୁହାଡ ଭାଙ୍ଗିଯିବା ସହ ହାତ ଗୋଡ ଆଦିରେ ଆଘାତ ଲାଗିଛି । ସେ ବର୍ତ୍ତମାନ ଗୁରୁତର ଅବସ୍ଥାରେ କଟକ ହସପିଟାଲରେ ଚିକିସ୍ରିତ ହେଉଛନ୍ତି ।