ବିଦ୍ୟୁତ ଆଘାତରେ କର୍ମଚାରୀଙ୍କ ମୃତ୍ୟୁ

କୋଦଳା,  (ଗୁଲସନ କୁମାର କର) : ଗଂଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ମଠସରସିଙ୍ଗି ମୁଖ୍ୟ ରାସ୍ତା ପୋଲରେ ଜଣେ ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଛନ୍ତି। ମୃତକ ଜଣକ ଅମୂଲ୍ୟ ରତ୍ନ ରାଉତ (୩୮)ଗୁଞ୍ଜବଳା ଗ୍ରାମର ବୋଲି ଜଣାପଡିଛି। ଶୁକ୍ରବାର ଅପରାହ୍ନ ସାଢ଼େ ୪ ଟା ସମୟରେ ସେ ମଠ ସରସିଙ୍ଗି ମୁଖ୍ୟ ରାସ୍ତା ଉପରେ ଥିବା  ବିଦ୍ୟୁତ ପୋଲ ଉପରେ କାମ କରିବା ପାଇଁ ଚଢିଥିବା ବେଳେ ହଠାତ୍ ବିଦ୍ୟୁତ ଆଘାତ ପାଇ ପୋଲରେ ଝୁଲି ଯାଇଥିଲେ। ଏବଂ ତଳେ ଅନ୍ୟ ଷ୍ଟାଫ୍ ମାନେ ସିଡିକୁ ବାହାର କରିବା ପରେ ତଳେ ପଡିଥିଲେ ଅମୂଲ୍ୟ। ଏହାପରେ ତାଙ୍କୁ ତୁରନ୍ତ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା। ଏହି ଘଟଣା ପରେ ସେଠାରେ ଏକ ପ୍ରକାର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ତେବେ ଏହି ଘଟଣାରେ ବିଜୁଳି ବିଭାଗର ଟାଟା କର୍ମଚାରୀ ତଥା ସୁପରଭାଇଜରଙ୍କ ଅବହେଳାକୁ ଦାୟୀ କରାଯାଇଛି। ଘଟଣାର ଗୁରୁତର ତଦନ୍ତ କରି ଏଥିରେ କାହାର ତ୍ରୁଟି ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବା ସହ ମୃତ ପରିବାରକୁଂ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ