ବିଦ୍ୟୁତ ଆଘାତରେ ଚାଷୀ ମୃତ
କୁଆଖିଆ/ରସୁଲପୁର (ଜୁଗାବ୍ଦ ନ୍ୟୁଜ୍): ରସୁଲପୁର ବ୍ଲକ ଅନ୍ତର୍ଗତ ବଡକଇଁଚି ପଞ୍ଚାୟତ ଗରୁଆଳ ଗ୍ରାମର ବିମ୍ବାଧର ଜେନା(୪୩) ବିଦ୍ୟୁତ ସଂସ୍ପର୍ଶରେ ଆସି ବୁଧବାର ଦିନ ଗୁରୁତର ହୋଇଥିବା ବେଳେ ଆଜି ତାଙ୍କ ମୃତ୍ୟୁ ଘଟିଛି । ପୁଲିସ ବିମ୍ବାଧରଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ଗରୁଆଳ ଗ୍ରାମରେ ବିମ୍ବାଧରଙ୍କ ଶବ ପହଞ୍ôଚବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ବିମ୍ବାଧର ପରିବାରର ଏକ ମାତ୍ର ରୋଜଗାରିଆ ଥିଲେ । ଚାଷ କାମ କରି ପରିବାର ଚଳାଉଥିଲେ । ତାଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ଓ ଛୋଟ ଛୋଟ ପିଲା ଗୁଡିକ ଦୁଃଖରେ ଭାଙ୍ଗି ପଡିଛନ୍ତି ।