ବିଦ୍ୟୁତ ଆଘାତରେ ବାପା, ପୁଅ ମୃତ

ଜଳେଶ୍ୱର: ବିଦ୍ୟୁତ ଆଘାତରେ ବାପା, ପୁଅଙ୍କ ମୃତ୍ୟୁହେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଜମ୍ଭିରାଇ ପଞ୍ଚାୟତର ଅରୁହାଜାମ ଗ୍ରାମରେ ଏହି ଅଘଟଣ ଘଟିଛି । ପ୍ରକାଶେ ଯେ, ଘରେ ମରାମତି କଲାବେଳେ ପୁଅକୁ ବିଦ୍ୟୁତ ଲାଗିଥିଲା । ପୁଅକୁ ବଞ୍ଚାଇବାକୁ ଯାଇ ବାପା ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ । ଫଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ