ବିଦ୍ୟୁତ ଆଘାତରେ ବୃଦ୍ଧଙ୍କ ମୃତ୍ୟୁ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଦାମୋଦର ବିହାର ଠାରେ ବିଦ୍ୟୁତ ଆଘାତରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଦାମୋଦର ବିହାର ନିବାସୀ ଦେବରାଜ ପଣ୍ଡା(୬୫) ନିଜ ଘରର ବିଦ୍ୟୁତ କାମ ତଥା ଲାଇଟ ଆଦି ସଜାଡୁଥିବା ବେଳେ କୌଣସି କାରଣରୁ ବିଦ୍ୟୁତ ତାର ଲାଗିଯାଇଥିଲା । କିଛି ସମୟ ମଧ୍ୟରେ ଘଟଣାସ୍ଥଳରେ ହିଁ ପ୍ରାଣବାୟୁ ଉଡିଯାଇଥିଲା । ତେବେ ତାଙ୍କୁ ତୁରନ୍ତ ପରିବାର ଲୋକେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ ମଧ୍ୟ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ଘଟଣା ସମ୍ପର୍କରେ ଖବରପାଇ ପାରଳାଖେମୁଣ୍ଡି ଆଦର୍ଶଥାନା ପୋଲିସ ପହଞ୍ଚି ତଦନ୍ତ କରିବା ସହ ମୃତ ଦେହକୁ ଜବତ କରି ପାରଳା ମୁଖ୍ୟ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇଥିଲେ । ଏନେଇ ୧୩/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଅଧିକା ତଦନ୍ତ ଜାରି ରହିଥିବାର ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ସୂଚନା ପ୍ରଦାନ କରିଛନ୍ତି ।


