ବିଦ୍ୟୁତ ଆଘାତରେ ଯୁବକ ମୃତ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ସହରର ବରାଳିନୀ ସାହିର ସୁବାସ ଚନ୍ଦ୍ର ସାହୁ (୪୭) ଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି। ସୁବାସଙ୍କ କିଛି ଦିନ ତଳେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିଲା। ବର୍ତ୍ତମାନ ସୁବାସଙ୍କ ମୃତ୍ୟୁ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବିଦ୍ୟୁତ ଆଘାତ ପରେ ସାହି ଲୋକମାନେ ଜି ଉଦୟଗିରି ମେଡ଼ିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ସ୍ତ୍ରୀ ଙ୍କ ମୃତ୍ୟୁ ପରେ ସୁବାସ ମାନସିକ ଚାପରେ ଥିଲେ। ତାଙ୍କର କୌଣସି ସନ୍ତାନ ନଥିଲେ।


