ବିଦ୍ୟୁତ ଆଘାତରେ ଶାଶୂବୋହୂ ମୃତ
ଭୁବନେଶ୍ବର : ବାତ୍ୟା ‘ଅମ୍ଫାନ’ ଭୟରେ ଆଜି ସକାଳେ ରମାକାନ୍ତ ଦାସ ନିଜ ଘର ନିକଟରେ ଥିବା ବିଦ୍ୟୁତ୍ ଖୁଣ୍ଟ ସଜାଡୁଥିଲେ। ଏହି ସମୟରେ ରମାକାନ୍ତଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା। ଏହା ଦେଖି ବୋହୂ ପୁଷ୍ପଲତା ଦାସ ଦୌଡ଼ିଯାଇ ଶ୍ବଶୁରଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ମାତ୍ର ଘଟଣାସ୍ଥଳରେ ଦୁଇ ଜଣଙ୍କର ପ୍ରାଣବାୟୁ ଉଡ଼ିଗଲା। ଏଭଳି ଦୁଃଖଦ ଘଟଣା ଘଟିଛି ବାଲେଶ୍ବର ସଦର ଥାନା ଅନ୍ତର୍ଗତ ନଦୀଗାଁରେ। ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।