ବିଦ୍ୟୁତ ଆଘାତରେ ଶ୍ରମିକର ମୃତ୍ୟୁ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତର୍ଗତ ଖଜୁରୀପଦା ଗ୍ରାମ ଠାରେ ଜଣେ ଠିକାଦାରଙ୍କ ଅଧିନରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ବିଦ୍ୟୁତ ଆଘାତ ଯୋଗୁଁ ମୃତ୍ୟୁ ଘଟିଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଅଡେଇସିଂ ଗ୍ରାମର ଏବେଲ ଗମାଙ୍ଗ(୨୨) ବିଦ୍ୟୁତ ଠିକାଦାର ପି.ଅଶୋକ କୁମାରଙ୍କ ନିକଟରେ କିଛି ଦିନ ହେଲା କାମ କରି ଆସୁଥିଲେ । ଖଜୁରୀପଦା ଗ୍ରାମ ସ୍ଥିତ ଡିପଲ୍ ସ୍କୁଲରେ ବିଦ୍ୟୁତ କାମ ଚାଲିଥିବାକୁ ନେଇ କାର୍ଯ୍ୟର ତଦାରଖ କରୁଥିଲେ ଏବେଲ ଗମାଙ୍ଗା ଏହି ସମୟରେ କୌଣସି କାରଣରୁ ସେ ବିଦ୍ୟୁତ ସଂସ୍ପର୍ଷରେ ଆସି ବିଦ୍ୟୁତ ପୋଲ ଉପରୁ ପଡିଯାଇ ଗୁରୁତର ହୋଇପଡିଥିଲେ । ତାଙ୍କୁ ତୁରନ୍ତ ଉଦ୍ଧାର କରି ଖଜୁରୀପଦା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଚିକିତ୍ସା କରୁଥିବା ଡାକ୍ତର ପ୍ରଜ୍ଞା ପାଢୀ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବାପାଇଁ ପରାମର୍ଶ ଦେଇଥିଲେ । ସେଠାରୁ ତାଙ୍କୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସିତ ସମୟରେ ଏବେଲଙ୍କ ମୃତ୍ୟୁ ଘଟିଥିବାର ଜଣାପଡିଛି । ଘଟଣା ସମ୍ପର୍କରେ ଖବର ପାଇ ଖଜୁରୀପଦା ଫାଣ୍ଡି ଅଧିକାରୀ ରବୀନ୍ଦ୍ର କୁମାର ପାତ୍ର ସଦଳେବଳେ ପହଞ୍ôଚ ଘଟଣାର ତଦନ୍ତ ଜାରୀ ରଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ