ବିଦ୍ୟୁତ ଆଘାତ ରେ ଶ୍ରମିକ ମୃତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧରେ ଏକ ବସୁଧା ଯୋଜନା ର ପାଣି ଟାଙ୍କି ନିର୍ମାଣ କାର୍ଯ୍ୟ ରେ ବ୍ୟବହୃତ ପାଇଁ ଅଣାଯାଇଥିବା ଛଡ଼ କୁ ଟ୍ରାକଟର ରେ ଲୋଡିଙ୍ଗ କରୁଥିବା ବେଳେ ବିଦ୍ୟୁତ ତାର ସମ୍ପର୍ଶରେ ଆସି ଜଣେ ଶ୍ରମିକ ର ମୃତ୍ୟୁଘଟିଛି l ସୂଚନା ଅନୁଯାଇ ସୁବର୍ଣ୍ଣଗିରି ର ଅକୁର ପାତ୍ର ଙ୍କ ପୁଅ ବାସୁଦେବ ପାତ୍ର ବୟସ (୨୨) ନାମକ ଯୁବକ ସୁବର୍ଣ୍ଣଗିରି ରୁ ଆସି ତୁମୁଡିବନ୍ଧ ର ଦମକଳ କେନ୍ଦ୍ର ନିକଟରେ ନୂତନ ଭାବେ ନିର୍ମିତ ହେଉଥିବା ବସୁଧା ଯୋଜନା ର ପାଣି ଟାଙ୍କି ରେ କାମ କରୁଥିଲେ l ଉକ୍ତ ଟାଙ୍କି ନିର୍ମାଣ ରେ ବ୍ୟବହାର ହେବାପାଇଁ ଆସିଥିବା ଲୁହା ଛଡ଼ ଗୁଡିକ ବ୍ୟବହାର ହେବା ପରେ ବଳକା ହେଇଥିବା ଛଡ଼ ଗୁଡିକ ଅନ୍ୟ ସ୍ଥାନକୁ ନେବା ପାଇଁ ଏକ ଟ୍ରାକଟର ରେ ଲୋଡିଙ୍ଗ କରାଯାଉଥିବା ସମୟରେ ଏହି ଅଘଟଣ ଟି ଘଟିଛି ଏକ ଛଡ଼ ଟି ଅଧିକ ଲମ୍ବା ଥିବା ହେତୁ ଟ୍ରାକଟର ର ସିଧା ରେ ତୁମୁଡିବନ୍ଧ ରୁ କୋଟଗଡ କୁ ସଂଯୋଗ ହେଇଥିବା ୩୩କେଭି ଇଲେକ୍ଟ୍ରି ତାର ରେ ଛଡ଼ ଟି ସଂସ୍ପର୍ଶରେ ଆସିଥିଲା ଯାହା ଫଳରେ ତାର ସଟ ହୋଇ ଶ୍ରମିକ ବାସୁଦେବ ପାତ୍ର ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି l ସୂଚନା ପାଇବା ପରେ ଘଟଣା ସ୍ଥଳରେ ତୁମୁଡିବନ୍ଧ ଦମକଳ କେନ୍ଦ୍ରର କର୍ମକର୍ତା ମାନେ ତାଙ୍କୁ ତୁରନ୍ତ ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ସେଠାରେ ପହଂଚିବା ପରେ ଡ଼କ୍ଟର ତାଙ୍କୁ ମୃତ ଘୋଷଣା କରିଛନ୍ତି l ସେ ଟାଙ୍କି ର ଠିକାଦାର ଙ୍କୁ ପୋଲିସ ନିଜ ଅଧୀନରେ ନେବା ପରେ ତାଙ୍କୁ ପଚରାଉଚୁରା ଜାରି ରଖିଛି। କ୍ୟାମ୍ପ କୁ ପହଞ୍ଚିବା ପରେ ସେ ତାର ସଂସ୍ପର୍ଶ ରେ ଆସିଛନ୍ତି ବୋଲି କହିଛନ୍ତି ଟାଙ୍କି ର ଠିକାଦାର l କିନ୍ତୁ ଅନ୍ୟପଟେ ମୃତ ବ୍ୟକ୍ତି ଙ୍କ ପରିବାର କହୁଛନ୍ତି ଯେ ବାସୁଦେବ ପାତ୍ର ଉକ୍ତ ଠିକାଦାର ଙ୍କ ସମସ୍ତ କାମ ଆଗରୁ କରିଆସୁଛନ୍ତି l ଗରିବ ପରିବାର ହୋଇଥିବା ବେଳେ ବସୁଦେବ ରୋଜଗାରିଆ ପୁଅ ଥିଲେ ଏଣୁ ପରିବାର ଲୋକେ କ୍ଷତି ପୂରଣ ପାଇଁ ଦାବି କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ