ବିଦ୍ୟୁତ କରଣ, ବିଭିନ୍ନ ଉନ୍ନତି ପାଇଁ ରେଳ ଷ୍ଟେସନ ଅନୁଧ୍ୟାନ କଲେ ଉଚ୍ଚସ୍ତରୀୟ ଅଧିକାରୀ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) : ଷ୍ଟେସନ ଠାରେ ବିଦ୍ୟୁତିକରଣ ଓ ବିଭିନ୍ନ ଉନ୍ନତି ପାଇଁ ରେଳ ବିଭାଗର ଏକ ଉଚ୍ଚସ୍ତରୀୟ ଅଧିକାରୀ ମାନେ ପହଞ୍ଚି ଏଠାରେ ଥିବା ରେଳ ଷ୍ଟେସନ ଅନୁଧ୍ୟାନ କରିଛନ୍ତି । ଏଥିରେ କଲିକତା ରେଳ ଡିଭିଜନର ବରିଷ୍ଠ ନିରାପତ୍ତା କମିସନର ଅଭୟ କୁମାର ରାୟ ଏବଂ ବିଶାଖପାଟଣା ରେଳ ଡିଭିଜନର ଡିଆରଏମ୍ ଚେତନ କୁମାର ଶ୍ରୀବାସ୍ତବଙ୍କ ନେତୃତ୍ୱରେ ଆସିଥିଲେ । ପୁର୍ବରୁ ସେଠାରେ ଭାଜପା ଦଳର କର୍ମକର୍ତ୍ତା ମାନେ ଏବଂ ଉତ୍କଳ ସାହିତ୍ୟ ଏକାଡେମିର ସଦସ୍ୟ ମାନେ ସେମାନଙ୍କୁ ସ୍ୱାଗତ କରିବା ପାଇଁ ଅପେକ୍ଷା କରି ରହିଥିଲେ । ଏହି ଟିମ୍ ବିଦ୍ୟୁତ କରଣ କାର୍ଯ୍ୟ ଟିକିନିଖି ଭାବେ ତଦାରଖ କରିବା ପରେ ଷ୍ଟେସନ ମାଷ୍ଟରଙ୍କ କାର୍ଯ୍ୟାଳୟ ଯାଇ ସମସ୍ତ କାର୍ଯ୍ୟ ବିଷୟରେ ପଚାରି ବୁଝିଥିଲେ । ଭାଜପାଦଳ ଓ ଅଞ୍ଚଳବାସୀ ଏହି ଅଧିକାରୀ ମାନଙ୍କୁ ଭେଟି ଷ୍ଟେସନର ବିଭିନ୍ନ ସମସ୍ୟା ଯଥା ଯାତ୍ରୀ ଅପେକ୍ଷା ଗୃହ,ପାନୀୟ ଜଳ,ସୌଚାଳୟ ନାଳ,ପ୍ଲାଟଫର୍ମ ଉଚ୍ଚତା ଇତ୍ୟାଦି ବିଷୟରେ କହିଥିଲେ । ଶେଷରେ ଏହି ଅଧିକାରୀ ମାନେ ଏଠାରେ ବିଦ୍ୟୁତକରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲେ ମଧ୍ୟ କିଛି ବୈଷୟିକ କାର୍ଯ୍ୟ ବାକି ରହିଥିବାରୁ ଏଥିରେ ବର୍ତ୍ତମାନ ରେଳ ଚଳାଚଳ କରିପାରିବ ନାହିଁ । ସମସ୍ତ କାର୍ଯ୍ୟ ଶେଷ ହେବାପରେ ପ୍ରଥମେ ପରିକ୍ଷା ମୁଳକ ଭାବେ ଟ୍ରେନ ଚଳାଚଳ କରିବ । ତେଣୁ ଏଥିପାଇଁ ଆଉ ପ୍ରାୟ ୨ ମାସ ସମୟ ଲାଗିଯିବ ବୋଲି ସେମାନେ ଜଣାଇଥିଲେ । ସେହିପରି ପାରଳାଖେମୁଣ୍ଡି ଷ୍ଟେସନର ମୁଖ୍ୟ ସମସ୍ୟା ପ୍ଲାଟଫର୍ମର ଉଚ୍ଚତା ବୃଦ୍ଧି କରିବା ସେହି କାର୍ଯ୍ୟ ଆସନ୍ତା ୨ ମାସ ମଧ୍ୟରେ ଟେଣ୍ଡର କରାଯାଇ ଆରମ୍ଭ କରାଯିବ ବୋଲି ସେ କହିଥିଲେ । ସେହି କାର୍ଯ୍ୟ କରାଯିବା ସମୟରେ ଅନ୍ୟାନ୍ୟ ମୌଳିକ ସମସ୍ୟା ଉପରେ ଧ୍ୟାନ ଦିଆଯାଇ ସେହି କାର୍ଯ୍ୟ ମଧ୍ୟ ସମ୍ପୁର୍ଣ୍ଣ ହେବ ବୋଲି ସେମାନେ କହିଥିଲେ । ସେମାନେ ଷ୍ଟେସନ ଭିତର ଓ ବାହାର ବୁଲି ସମସ୍ତ ବିଷୟ ଆନୁଧ୍ୟାନ କରିବା ପରେ ଗୁଣପୁର ଅଭିମୁଖେ ଯାତ୍ରା କରିଥିଲେ । ଏହି ଟିମରେ ରେଳ ବିଭାଗର ବହୁ ଇଞ୍ଜିନିୟର ଅଧିକାରୀ ଓ କର୍ମଚାରୀ ମାନେ ଗ୍ରସ୍ତ କରିଥିଲେ ।


