ବିଦ୍ୟୁତ କରେଣ୍ଟରେ ଯୁବକ ମୃତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଘରେ ବିଦ୍ୟୁତ ବଲ୍ୱ ଲଗାଉଥିବା ବେଳେ ହଠାତ କରେଣ୍ଟ ଆସିଯିବାରୁ ବିଦ୍ୟୁତ କରେଣ୍ଟ ଆଘାତରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି । କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଆୟବା ଗ୍ରାମପଞ୍ଚାୟତର କେଉଟଗଡ ଗ୍ରାମର ଅଶୋକ କୁମାର ନାୟକ(୩୨) ଶନିବାର ଘରେ ବିଦ୍ୟୁତ ବଲ୍ୱ ଲଗାଉଥିଲେ । ସେହି ସମୟରେ ହଠାତ ଲାଇନ ଆସିଯିବାରୁ ତାଙ୍କୁ ବିଦ୍ୟୁତ କରେଣ୍ଟ ମାରିଥିଲା । ଫଳରେ ଅଶୋକ ତଳେ କଚାଡି ହୋଇ ପଡିଥିଲେ । ତାଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ଅଶୋକଙ୍କୁ ମୃତ ଘୋଷଣା କରିଥିଲେ । ଅଶୋକଙ୍କର ୪ ଓ ୮ବର୍ଷର ୨ଟି ପିଲାଙ୍କ ସମେତ ବିଧବା ପତ୍ନୀ ଅଛନ୍ତି । ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି ।


