ବିଦ୍ୟୁତ କର୍ମଚାରୀଙ୍କୁ ହତ୍ୟା ପ୍ରତିବାଦରେ କାଳୀ ମନ୍ଦିର ସ୍ଥିତ ସଂଘ କାର୍ଯ୍ୟାଳୟରେ ସଭା ଓ ଶୋଭାଯାତ୍ରା
ବାଲେଶ୍ୱର, (ସରୋଜ ପଣ୍ଡା):ଭଞ୍ଜନଗର ବିଦ୍ୟୁତ ଡିଭିଜନ ର କାର୍ଯ୍ୟରତ ମିଟର ରିଡର ଲକ୍ଷ୍ମୀନାରାୟଣ ତ୍ରିପାଠୀ ଙ୍କୁ ହତ୍ୟା ପ୍ରତିବାଦରେ ଓଡ଼ିଶା ବିଦ୍ୟୁତ କର୍ମଚାରୀ ହାହସଂଘ ସହ ବନ୍ଦିତ ବିଜୁ ଶ୍ରମିକ ସାମୁଖ୍ୟ ଟାଟା ପାୱାର ଉତ୍ତରାଞ୍ଚଳ ଶାଖା ତରଫରୁ ଏହି ଘଟଣାକୁ ନିନ୍ଦା କରାଯିବା ସହ ଲକ୍ଷ୍ମୀନାରାୟଣ ତ୍ରିପାଠୀଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଏକ ମହମବତୀ ଶୋଭାଯାତ୍ରା ଫକୀରମୋହନ ଗୋଲେଇ ମୁଖ୍ୟ ଡାକ ଘର ଠାରୁ ବାହାରି ସହର ପରିକ୍ରମା କରି କାଳୀ ମନ୍ଦିର ନିକଟସ୍ଥ ସଂଘ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା।ସେଠାରେ ଏକ ଶୋକ ସଭା ସାଂଗଠନିକ ସମ୍ପାଦକ ବଟକୃଷ୍ଣ ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସୋଇଥିଲା।ଏଥିରେ ସଂଘର ଶତାଧିକ ଶ୍ରମିକ ଓ କର୍ମଚାରୀ ଯୋଗ ଦେଇ ସ୍ବର୍ଗତ ଆତ୍ମାର ସଦଗତି କାମନା କରିବା ସହିତ ତାଙ୍କ ଶୋକ ସନ୍ତପ ପରିବାର ପ୍ରତି ସମବେଦନା ଜ୍ଞାପନ କରିଥିଲେ।ପ୍ରାରମ୍ଭରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ହରିଶ୍ଚନ୍ଦ୍ର ପାତ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ।କରିଥିଲେ।