ବିଦ୍ୟୁତ କର୍ମଚାରୀ ମହାସଂଘର ବୈଠକ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ବିଏନ୍ ପ୍ୟାଲେସ ପରିସରରେ ଓଡିଆ ବିଦ୍ୟୁତ କର୍ମଚାରୀ ମହାସଂଘର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକକୁ ମହାସଂଘର ସାଉଥ୍ ଜୋନ୍ ଜୋନାଲ ସମ୍ପାଦକ ମନରଂଜନ ବିଶ୍ୱାଳ ସଭାପତିତ୍ୱ କରିଥିବା ବେଳେ ଯୁଗ୍ନ ସଂପାଦକ ରମେଶ ଚନ୍ଦ୍ର ତରାଇ, କଲଚୁରାଲ ସମ୍ପାଦକ ମହେନ୍ଦ୍ର କୁମାର ନାଥ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥିଭାବେ ଗଜପତି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ କୁମାର ନାୟକ ସମ୍ମାନିତ ଅତିଥ ଭାବେ ପ୍ରଶାନ୍ତ ପାତ୍ର, ସୁରେଶ ମାଝୀ ପ୍ରମୁଖ ଯୋଗ ଦେଇଥିଲେ । ଉକ୍ତ ବୈଠକକୁ ଡିଭିଜନ୍ ସମ୍ପାଦକ ସଙ୍କେତ ପାତ୍ର ପରିଚାଳନା କରିଥିଲେ । ବୈଠକରେ ମୁଖ୍ୟତଃ ଡିଭିଜନ୍ରେ ଲାଗି ରହିଥିବା କର୍ମଚାରୀ ମାନଙ୍କର ବହୁ ଦିନର ସମସ୍ୟା ଗୁଡିକ ବିଷୟରେ ଆଲୋଚନା କରାଯାଇ କିପରି ସମାଧାନ ହେବ ସେଥି ଲାଗି ଆଲୋଚନା ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ରଂଜନ ଦସ, ପବିତ୍ର ବେହେରା, କାଳିଚରଣ ପ୍ରଧାନ, ସନ୍ତୋଷ ଶତପଥୀ, ରବୀନ୍ଦ୍ର ବେହେରା, ଭୂଷଣ ନାହାକ ପ୍ରମୁଖଙ୍କ ସମେତ ଡିଭିଜନର ବହୁ ସଂଖ୍ୟକ କର୍ମଚାରୀ ଉପସ୍ଥିତ ଥିଲେ । ପରିଶେଷରେ ସମ୍ପାଦକ ଶ୍ରୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।


