ବିଦ୍ୟୁତ ଖୁଣ୍ଟକୁ ପିଟିଲା ଟ୍ରକ୍‍, ଜାତୀୟ ରାଜପଥରେ ୩୩ କେଭି ବିଦ୍ୟୁତ ତାର, ଅଳ୍ପକେ ବର୍ତ୍ତିଲେ ଶହ ଶହ ଯାତ୍ରୀ

ଗଞ୍ଜାମ,(ବିନୋଦ ପଲେଇ): ଗଞ୍ଜାମ ସହର ସ୍ଥିତ ସନିଶ୍ଚର୍ ମନ୍ଦିର ନିକଟରେ ଜାତୀୟ ରାଜପଥ(୧୬) ରେ ଏକ ଟ୍ରକ ବିଦ୍ୟୁତ ଖୁଣ୍ଟକୁ ବାଡେଇ ହୋଇ ଓଲଟି ପଡିଥିବା, ବେଳେ, ଅନ୍ୟପଟେ ଉପର ଯାଇଥିବା ୩୩କେଭି ବିଦ୍ୟତୁ ତାର ଛିଡି ଯାଇ ରାସ୍ତା ଉପରେ ପଡିଯାଇଥଲା । ତାର ଛିଡିବା ସମୟରେ କୌଣସି ଯାନବାହନ ଚଳାଚଳ କରିନଥିବା ବେଳେ, ଅଳ୍ପକେ ବର୍ତ୍ତିଯାଇଥଲେ ଶହ ଶହ ଯାତ୍ରୀ ଓ ଟ୍ରକ, ବସ ଆରୋହି। ଆହତ ହୋଇଥିଲେ ଟ୍ରକ ଡ୍ରାଇଭର। ଫଳରେ ଦୀର୍ଘ ଦୁଇ ଘଣ୍ଟା ଧରି ଯାତାୟାତ ବନ୍ଦରହିଥିଲା। ଆଜି ସକାଳ ପ୍ରାୟ ନଅ ଘଣ୍ଟ ସମୟରେ ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ମାଲବୋଝେଇ ଟ୍ରକ (OD-04-F-5311) ଜତୀୟ ରାଜପଥର ଗଞ୍ଜାମ ସହର ସ୍ଥିତ ସନିଶ୍ଚର ମନ୍ଦିର ସମ୍ମୁଖରେ ଏକ ବିଦ୍ୟୁତ ଖୁଣ୍ଟକୁ ପିଟିହୋଇ ରାସ୍ତାପାର୍ଶ ତଳକୁ ଖସିପଡିଥିଲା। ଫଳରେ ଜତୀୟ ରାଜ ପଥଉପରେ ଯାଇଥିବା ୩୩ କେଭି ବିଦ୍ୟୁତ ଲାଇନ ତାର ଛିଡିପଡିଥିଲା।ସେଠାରେ ଉପସ୍ଥିତ ଥିବା ଅନ୍ୟଏକ ଡ୍ରାଇଭର ନରେନ୍ଦ୍ର ଚାନ୍ଦଙ୍କ ଠାରୁ ଖବର ପାଇ ସ୍ୱେଚ୍ଛାସେବୀ ଦୁର୍ଗା ମାଧବ ପାଣିଗ୍ରାହୀ ପୋଲିସ ଓ ବିଦ୍ୟୁତ ବିଭାଗକୁ ଜଣାଇବା ସହ ସରପଞ୍ଚ ଜି.ସନ୍ତୋଷ ରେଡିଙ୍କ ସହ ପହଞ୍ଚି ଉଭୟ ରାସ୍ତା ପାର୍ଶରେ ଯାତାୟାତ ବନ୍ଦ କରିଥିଲେ। ଏଥିରେ ସ୍ୱେଚ୍ଛାସେବୀ ପ୍ରଭାତ ସାହୁ, ସୁଧୀର ପାଢ଼ୀ ପ୍ରମୁଖ ସହଯୋଗ କରିଥିଲେ। ଫଳରେ ଏକ ନିଶ୍ଚିତ ମୃତ୍ୟୁର ତାଣ୍ଡବଲୀଳାରୁ ବଞ୍ଚିଯାଇଥିଲେ ଶହ ଶହ, ଶହ ଲୋକେ ଏବଂ ଟ୍ରକ, ବସ ଆରୋହି। ଏବଂ ଆହତ ଡ୍ରାଇଭରଙ୍କୁ ଉଦ୍ଧାର କରିବା ସହ ମେଡିକାଲରେ ପଠାଇଥିଲେ।ଆଇଆଇସି ଶୁଭେନ୍ଦୁ କୁମାର ସାହୁ,ଏ.ଏସଆଇ ତ୍ରିନାଥ ପଟ୍ଟନାୟକ ଓ ବିଦ୍ୟତୁବିଭଗ ଯନ୍ତ୍ରି ଓ ଟେକିନିକାଲ ଅଧିକାରୀ ମାନେ ପହଞ୍ଚିଥିଲେ।ବିଦ୍ୟତୁତାର ସଂଯୋଗ କାଟିବା ପରେ ଗୋଟିଏ ରାସ୍ତାରେ ସ୍ୱେଚ୍ଛାସେବୀ ଓ ପୋଲିସ ମିଳିତ ଉଦ୍ୟମରେ ଯାନବାହାନକୁ ଛଡାଯିବା ସହ ଦୀର୍ଘ ଦୁଇ ଘଣ୍ଟା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ