ବିଦ୍ୟୁତ ଖୁଣ୍ଟରେ ପିଟିହେଲା କାର୍ : ଏସ୍ଡିଜେଏମ୍ଙ୍କ ମୃତ୍ୟ
କରଞ୍ଜିଆ, (ଜିତେନ୍ଦ୍ର ରାଜ) :-୪୯ ନମ୍ବର ଜାତୀୟ ରାଜପଥର ଯଶିପୁର ଥାନାର ଚାଇଁନେବଦା ନିକଟରେ ଆଜି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ରାଇରଙ୍ଗପୁରର ଏସଡିଜେଏମ ସ୍ମରଣିକା ପ୍ରଧାନଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି । ରାଇରଙ୍ଗପୁର ଏସଡିଜେଏମ ସ୍ମରଣିକା ପ୍ରଧାନଙ୍କ ଘର ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ । ଗାଁରେ ଚାଲିଥିବା ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେବା ପାଇଁ ଛୁଟି ନେଇ ସେ ସ୍ୱାମୀଙ୍କ ଘରକୁ ଫେରୁଥିଲେ । ହେଲେ କାର୍ଟି ୪୯ ନମ୍ବର ଜାତୀୟ ରାଜପଥର ଚାଇଁନେବଦା ନିକଟରେ ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଯାଇଥିଲା । ଫଳରେ ଏସ୍ଡିଜେଏମ୍ ଶ୍ରୀମତୀ ପ୍ରଧାନ ଓ ତାଙ୍କ ସ୍ୱାମୀ କାର୍ ଭିତରେ ଚାପି ହୋଇ ଯାଇଥିଲେ । ସ୍ଥାନୀୟ ଲୋକ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଯଶିପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏସ୍ଡିଜେଏମ୍ ଶ୍ରୀମତୀ ପ୍ରଧାନଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ତେବେ ତାଙ୍କ ସ୍ୱାମୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ରାଇରଙ୍ଗପୁର ତଥା କରଂଜିଆରେ ଶୋକର ଛାୟା ଖେଳିଯାଇଛି ।