ବିଦ୍ୟୁତ ଖୁଣ୍ଟରେ ଲାଗି ସୁଦର୍ଶନ ର ମୃତ୍ୟୁ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଲକ ଗୋବରା ପଞ୍ଚାୟତ ଆନ୍ତର୍ଗତ ଗୋବରା କଇଠସାହି ସୁଦର୍ଶନ ବିଶ୍ୱାଳ ୫୮, ସବୁଦିନ ପରି ସକାଳ ୫ ରୁ ଉଠି ଘର ପଛପଟ ଝାଡୁ କରିବାକୁ ଯାଇ ବିଦ୍ୟୁତ ଖୁଣ୍ଟରେ ଲାଗି ତଳେ ଢଳିପଡିଥିଲେ l କିଛିସମୟ ପରେ ସ୍ଥାନୀୟ ଲୋକେ ସୁଦର୍ଶନ ଙ୍କୁ ଉଦ୍ଧାର କରି ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ, ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ l ସୁଦର୍ଶନଙ୍କ ଏକମାତ୍ର ପୁଅ ମନୋଜ ଗ୍ରାମ ରେ ନଥିବାରୁ ଝିଅ ଅମ୍ବିକା ଗାଙ୍ଗପୁର ଥାନାରେ ଲିଖିତ ଅଭିଯୋଗ ପତ୍ର ଦେଇଥିଲେ l ଅଭିଯୋଗ ପରେ ଥାନା ରେ ଏକ ଅପମୃତ୍ୟୁ ମାମଲା ୨୬/୨୨ରେ ୠଜୁହୋଇ ଗାଙ୍ଗପୁର ଥାନା ସେକେଣ୍ଡ ଅଫିସର ଶୁଭ୍ରଜିତ ସାମନ୍ତରାୟ ଘଟଣାସ୍ଥଳ ପରିଦର୍ଶନ କରି ଅନୁସନ୍ଧାନ କରିଥିଲେ l ପୋଷ୍ଟମଟମ କରି ଶବ କୁ ସୁଦର୍ଶନର ପରିବାରକୁ ହସ୍ତାନ୍ତର କରିଥିଲେ l ବିଦ୍ୟୁତ ବିଭାଗର ଭୁଲ ଯୋଗୁଁ ସୁଦର୍ଶନ ର ମୃତ୍ୟୁ ହୋଇ ଥିବା ନେଇ ସାଧାରଣ ରେ ଆଲୋଚନା ହୋଇଥିବା ବେଳେ ପରିବାର କୁ କ୍ଷତିପୂରଣ ଦେବାପାଇଁ ଗ୍ରାମବାସୀ ଦାବୀ କରିଛନ୍ତି l ସୁଦର୍ଶନ ଙ୍କ ମୃତ୍ୟୁ ରେ ଅଂଚଳ ରେ ଶୋକରସାୟା ଖେଳିଯାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ