ବିଦ୍ୟୁତ ଚୋରି ଓ ହୁକିଙ୍ଗ ଅବଗିଯୋଗରେ ଟାଟା ପାୱାର ପକ୍ଷରୁ ୫ ଜଣଙ୍କ ନାଁରେ ଏତେଲା

ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ) :-ଏନ୍ଏନ୍ଏସ୍:ୱେସ୍କୋ ଠାରୁ ଟାଟା ପାୱାର ପଶ୍ଚିମ ଓଡ଼ିଶାରେ ବିଦ୍ୟୁତ ବିତରଣ ଦାୟିତ୍ୱ ନେବାପରେ ବିଦ୍ୟୁତ ଚୋରି ଓ ବେଆଇନ ବିଦ୍ୟୁତ ବ୍ୟବହାର ଉପରେ କଡା କାର୍ଯ୍ୟାନୁଷ୍ଠାନ ନେଉଛି ଟାଟା ପାୱାର ପଶ୍ଚିମ ଓଡିଶା ବିତରଣ ସଂସ୍ଥା । ବର୍ଷ ବର୍ଷ ଧରି ବିଦ୍ୟୁତ ଚୋରି କରିଆସୁଥିବା ଏଭଳି ଉପଭୋକ୍ତା ବିରୁଦ୍ଧରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଟାଟା ପାୱାର । ଏହି ପରିପ୍ରେକ୍ଷୀରେ ଭବାନୀପାଟଣା ସହରର ବିଭିନ୍ନ ଅଞ୍ଚଳରେ ଚଢାଉ କରାଯାଇ ୫ ଜଣଙ୍କ ନାରେ ଭବାନୀପାଟଣା ବିଦ୍ୟୁତ ଥାନାରେ ଅଭିଯୋଗ କରିଛନ୍ତି ଟାଟା ପାୱାରର ଉପଖଣ୍ଡ ଅଧିକାରୀ ବିନାୟକ ରାଉତ ।ଏମାନେ ହେଲେ ବଡପଡ଼ାର ଜୟବନ୍ତ ନାଏକ,ନୀଳାଚଳ ଦୀପ, ବ୍ୟାସଦେବ ଦୀପ, ପଦ୍ମଚରଣ ପାତ୍ର ଓ ରାଧାକୃଷ୍ଣ ନଗର ର ବିରେନ୍ଦ୍ର ସାହୁ । ଏ ମାନଙ୍କ ବିରୁଦ୍ଧରେ ବିଦ୍ୟୁତ ଚୋରି ଓ ବେଆଇନ ବିଦ୍ୟୁତ ସଂଯୋଗ ର ଅଭିଯୋଗ ପରେ ଟାଟା ପାୱାରର ଅଧିକ୍ଷଣ ଯନ୍ତ୍ରୀ ଦେବଦତ୍ତ ସବ୍ୟସାଚୀ ମିଶ୍ର,ନିର୍ବାହି ଯନ୍ତ୍ରୀ ମାନସ ମାଝୀ, ଉପଖଣ୍ଡ ଅଧିକାରୀ ବିନାୟକ ରାଉତ, କନିଷ୍ଠ ଯନ୍ତ୍ରୀ ସଂଜୀବ କୁମାର ଜେନା ପ୍ରମୁଖ ଚଢ଼ାଉ କରି ବିଦ୍ୟୁତ ଲାଇନ କଟିବା ସହ ବ୍ୟବହୃତ ବିଦ୍ୟୁତ ତାର ଜବତ କରାଯାଇ, ବିଦ୍ୟୁତ ଥାନାରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ପାଇଁ ବିଦ୍ୟୁତ ଥାନାରେ ଲିଖିତ ଅଭିଯୋଗ କରା ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ