ବିଦ୍ୟୁତ ଟ୍ରାନ୍ସଫର୍ମର ପାଖରେ ମଦ୍ୟପ ଯୁବକ ଶୋଇପଡିଲେ : ଉଦ୍ଧାରକଲେ ଗ୍ରାମବାସୀ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳ ଜିଲ୍ଲା ବାଲିଗୁଡା ସବଡିଭିଜନ ଦାରିଙ୍ଗବାଡ଼ି ସେକ୍ସନ ସିମନବାଡ଼ି ଫିଡର ବୁଡ଼ାଗୁଡା ଗ୍ରାମରେ ଲାଗିଥିବା ୧୦୦ କେଭି ବିଦ୍ୟୁତ ଟ୍ରାନ୍ସଫର୍ମର ତଳେ ସୋମବାର ସନ୍ଧ୍ୟା ସମୟରେ ଜଣେ ଯୁବକ ମଦ୍ୟପାନ କରି ଶୋଇଥିବା ଦେଖିବାକୁ ମିଳିଥିଲା l ଭାଗ୍ୟ ବଶତଃ କାଳ ବୈଶାଖୀ ମେଘ ପବନ କାରଣରୁ ବିଦ୍ୟୁତ କଟିଯାଇଥିଲା । ସେହିରାସ୍ତା ଦେଇ କିଛି ଲୋକ ଯାତାୟାତ କରୁଥିବା ବେଳେ ହଠାତ ଉକ୍ତ ଯୁବକକୁ ଦେଖିଥିଲେ । ଯାହାରି ଫଳରେ ଜଣେ ଯୁବକ ସାହସର ସହ ଯାଇ ଉକ୍ତ ଯୁବକଙ୍କୁ ସେଠାରୁ ଉଦ୍ଧାର କରି ଆଣିଥିଲେ ।ଉକ୍ତ ଯୁବକ ଜଣକ ଗଞ୍ଜୁଗୁଡା ଗ୍ରାମର ବୋଲି କହିଥିବା ବେଳେ ଅତ୍ୟଧିକ ମଦ୍ୟପାନ କରି ଭୁଲରେ ନିଶାସକ୍ତ ଅବସ୍ଥାରେ ବିଦ୍ୟୁତ ଟ୍ରାନ୍ସଫର୍ମର ପାଖକୁ ଚାଲି ଆସିଥିବା କହିଥଲା । ଯଦି ବିଦ୍ୟୁତ ଥାନ୍ତା ତେବେ ଏକ ବଡ ଦୁର୍ଘଟଣା ଘଟିଥାନ୍ତା ବୋଲି ଜଣାପଡିଛି  ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ