ବିଦ୍ୟୁତ ତାର ବିଛାଇ ବନ୍ୟଜନ୍ତୁ ଶିକାର ଉଦ୍ୟମ ପଣ୍ଡ; ୨ ଗିରଫ

ବୁଗୁଡା,(ଅନିଲ କୁମାର ମହାରଣା): ଦକ୍ଷିଣ ଘୁମୁସର ବନଖଣ୍ଡର ବୁଗୁଡା ବନାଞ୍ଚଳ ଅନ୍ତର୍ଗତ ମାଣିତରା ସେକ୍ସନ ରେ ଅକ୍ଟୋବର ୯ ତାରିଖ ରାତ୍ରରେ ବିଦ୍ୟୁତ ତାର ବିଛାଇ ବନ୍ୟଜନ୍ତୁ ଶିକାର କରିବାକୁ ଉଦ୍ୟମକୁ ବନବିଭାଗ ପଣ୍ଡ କରିବା ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ବୁଗୁଡା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ମାଣିତରା ସେକ୍ସନ ବନପାଳ ସରସ୍ୱତୀ ନାୟକଙ୍କ ନେତୃତ୍ୱରେ ଛାମୁଣ୍ଡା ବିଟ ବନରକ୍ଷୀ ଆରତୀ ପଣ୍ଡା ଓ କୁମୁଟା ବିଟ ବନରକ୍ଷୀ ଧବଳେଶ୍ବର ପ୍ରଧାନ ଏବଂ ପାରାଫରେଷ୍ଟର କର୍ମଚାରୀ ବୃନ୍ଦ ରାଣୀଭୁମି ଟାଇଲ ଫ୍ୟାକ୍ଟେରୀ ନିକଟ ସଂରକ୍ଷିତ ଜଙ୍ଗଲରେ ଚଢ଼ାଉ କରିଥିଲେ। ସେଠାରେ ବିଦ୍ୟୁତ ତାରରେ ହୁକ ପକାଇ ଜିଆଇ ତାର ବିଛାଇ ରାଣୀଭୁମି ଗ୍ରାମର ଟୁକୁନା ପାତ୍ର ଓ ବିଶ୍ୱନାଥ ପ୍ରଧାନ ବନ୍ୟଜନ୍ତୁ ଶିକାର କରିବା ପାଇଁ ଚେଷ୍ଟା କରୁଥିବା ବେଳେ ମାଣିତରା ବନପାଳ ଶ୍ରୀମତୀ ନାୟକଙ୍କ ନେତୃତ୍ବରେ ଶିକାରୀ ଦୁଇଜଣଙ୍କୁ କାବୁକରି ଗିରଫ କରିବା ସହ ଶିକାର ପାଇଁ ବ୍ୟବହାର କରିଥିବା ଜିଆଇତାର ଓ ଅନ୍ୟାନ ସାମଗ୍ରୀ ଜବତ କରିଥିଲେ। ବନ ସଂରକ୍ଷଣ ସମିତି ସଦସ୍ୟ ବୃନ୍ଦ ଏହି କାର୍ଯ୍ୟରେ ସହଯୋଗ କରିଥିବା ବେଳେ ବନବିଭାଗର ଏହି କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ