ବିଦ୍ୟୁତ ତାର ସଂଷ୍ପର୍ଶରେ ଆସି ୩ଗୋରୁ ମୃତ, ଗ୍ରାମବାସୀଙ୍କ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ

ହାଟଡ଼ିହି, (ଓ୍ବାଇଏନ୍ଏସ୍):ହାଟଡିହି ବ୍ଲକ ଓରାଳି ପଞ୍ଚାୟତର କରଞ୍ଜପଦୀ ଗ୍ରାମରେ ଛିଣ୍ଡି ପଡିଥିବା ବିଦ୍ୟୁତ ତାର ସଂଷ୍ପର୍ଶରେ ଆସି ତିନୋଟି ଗୋରୁ ମୃତ୍ୟୁବରଣ କରିଛନ୍ତି । ଏହାକୁନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇବାସହ ଗ୍ରାମବାସୀମାନେ ଓରାଳି କାର୍ଯ୍ୟାଳୟକୁ ଘେରାଉ କରିଥିଲେ । ଅଭିଯୋଗ ଅନୁଯାଇ କରଞ୍ଜପଦୀ ଗ୍ରାମକୁ ଯାଇଥିବା ବିଦ୍ୟୁତ ଖୁଣ୍ଟରୁ ଗତ କିଛିଦିନ ହେଲା ବିଦ୍ୟୁତତାର ଛିଣ୍ଡି ପଡିଥିଲା । ଏହି ତାରରେ ବିଦ୍ୟୁତ ସଂଯୋଗ ନଥିବାବେଳେ ଗତ କାଲି ଗାଁକୁ ଯାଇଥିବା ଜଣେ ବିଦ୍ୟୁତ କର୍ମଚାରୀ ଭୁଲ ବସତଃ ଏହି ତାରରେ ବିଦ୍ୟୁତ ସଂଯୋଗ କରିଦେଇଥିଲା । ଫଳରେ ଆଜି ବିଲକୁ ଚରିବାକୁ ଯାଇଥିବା ଗୋରୁ ଗାଈଙ୍କ ମଧ୍ୟରୁ ଅଯୋଧ୍ୟା ମଲ୍ଲିକଙ୍କ ଗୋଟିଏ, ବିଶ୍ୱନାଥ ଜେନାଙ୍କ ଗୋଟିଏ ଓ ଅନ୍ୟ୍ୟଜେଣ ବ୍ୟକ୍ତିଙ୍କ ଗୋଟିଏ ଗୋରୁ ଏହି ଛିଣ୍ଡିପଡିଥିବା ବିଦ୍ୟୁତ ତାର ସଂଷ୍ପର୍ଶରେ ଆସିଯାଇଥିଲେ । ଫଳରେ ଗୋରୁ ଗୁଡିକ ଛାଟିପିଟି ହୋଇ ସେହିଠାରେ ହିଁ ମଢତ୍ୟୁ ବରଣ କରିଥିଲେ । ଏହାକୁନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇବାସହ ଅକ୍ଷୟ ଜେନା, ବିଶ୍ୱନାଥ ମଣ୍ଡଳ, ଭରତ ସାହା, ଗୋପାଳ ରାଉତ, ଦୀପକ ଜେନା, ସଞ୍ଜୟ କୁମାର ଜେନା, ରଞ୍ଜନ କୁମାର ଜେନା, ଅଶୋକ ବେହେରା, ଅନନ୍ତ ରାଉତ, ହେମନ୍ତ ଜେନା, ଶ୍ରୀତମ ବେହେରା, ସୁଶାନ୍ତ କୁମାର ପହି, ଦୀାପଞ୍ଜନ ସା, ମନୋଜ କୁମାର ଜେନାଙ୍କ ସମେତ ବହୁ ଗ୍ରାମବାସୀ ଆସି ଓରାଳି ବିଦ୍ୟୁତ ବିଭାଗ କାର୍ଯ୍ୟାଳୟକୁ ଘେରାଉ କରିଥିଲେ । କିନ୍ତୁ କେହି ବିଭାଗୀୟ ଅଧିକାରୀ ନଥିବାରୁ ଘଣ୍ଟା ଘଣ୍ଟା ଧରି ଅଫିସ କାର୍ଯଞାଳୟ ବାହାରେ ବସିବସି ଗ୍ରାମବାସୀମାନେ ଫେରିଯାଇଛନ୍ତି । ଗତ କିଛିଦିନ ଭିତରେ ଏହିପରି ଘଟଣାମାନ ବାରମ୍ବାର ଘଟୁଥିବାରୁ ବିଦ୍ୟୁତ ବିଭାଗର କର୍ମଚାରୀ ମାନଙ୍କ ଅପାରଗତାକୁ ପଦାରେ ପକାଇଛି । ଗତ କିଛିଦିନ ତଳେ ହାଟଡିହିରେ ଏହିପରି ଭାବେ ୭ଟି ଗୋରୁ ମୃତ୍ୟୁବରଣ କରିଥିଲେ । ମୃତୁ ବରଣ କରିଥିବା ଗୋରୁ ମାନଙ୍କ ପରିବାରକୁ କ୍ଷତିପୁରଣ ଦେବାପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ