ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମାଆ-ପୁଅ ମୃତ
ଖଲ୍ଲିକୋଟ(ସିଲୁ ବିଶ୍ଵାଳ ) ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବାକୁଡ ଗ୍ରାମରେ ଘଟିଯାଇଛି ଏକ ଦଃୁଖଦ ଘଟଣା । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମାଆ-ପୁଅ ଙ୍କ ମୃତ୍ୟୁ ଘଟିଛି କ୍ଷ ପୁଅ ନାରାୟଣ ନାହାକ କୁ ବିଦ୍ୟୁତ ଶକ୍ ରୁ ଉଧାର କରିବାକୁ ଯାଇ ମାଆ ସଜନୀ ନାହାକ ମୃତ୍ୟୁ ବରଣ କରିଛି । ସୁଚନାପ୍ରକାରେ , ପୁଅ ନାରାୟଣ ଦିନ ମଜୁରିଆ କାମରୁ ଘରକୁ ଫେରୁଥିବା ସମୟରେ ନିଜ ଘରକୁ ସଂଯୋଗ କରୁଥିବା ବିଦ୍ୟୁତ ଖୁଣ୍ଟର ସର୍ବିଷି ତାର ଝୁଲିଥିବା ର ଦେଖି ତାଙ୍କୁ ହଟାଇବା ପାଇଁ ତାର ଟିକୁ ଧରିଦେବା ଫଳରେ ବିଦ୍ୟୁତ ସଂଷ୍ପର୍ଶରେ ଆସିଥିଲେ । ତାଙ୍କୁ ବଞ୍ଚାଇବାକୁ ଯାଇ ମାଆ ସଜନୀ ନାହାକ ବିଦ୍ୟୁତ ସଂଷ୍ପର୍ଶରେ ଆସିଥିଲେ । ଉଭୟକୁ ସଂଗେ ସଂଗେ ଖଲ୍ଲିକୋଟ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ କ୍ଷ ଖବର ପାଇ ଖଲ୍ଲିକୋଟ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି କ୍ଷ ଅନ୍ୟପେଟ ନାରାୟଣଙ୍କ ପରିବାର ସ୍ତ୍ରୀ ଏବଂ ୫ବର୍ଷ ର ପୁଅ ଥିବା ବେଳେ ଅତ୍ୟନ୍ତ ଗରିବ ପରିବାର ହୋଇଥିବାରୁ ସରକାର ପରିବାର କୁ କ୍ଷତି ପୂରଣ ଦେବାପାଇଁ ଗ୍ରାମବାସୀ ଦାବି କରିଛନ୍ତି କ୍ଷ ଖଲ୍ଲିକୋଟ ତହସିଲଦାର ଚିତରଞ୍ଜନ ମହାନ୍ତ ପରିବାର ବର୍ଗକୁ ରେଡକ୍ରସ ଫଣ୍ଡରୁ ୨୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।