ବିଦ୍ୟୁତ ଦର ବୃଦ୍ଧିକୁ ବିରୋଧ କରି ସିପିଆଇ(ଏମ୍) ପକ୍ଷରୁ ଗଣ ବିକ୍ଷୋଭ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସିପିଆଇ(ଏମ୍) ତରଫରୁ ବିଦ୍ୟୁତ ଦର ବୃଦ୍ଧିକୁ ବିରୋଧ କରି ବିଦ୍ୟୁତ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣବିକ୍ଷୋଭ କରାଯାଇଥିଲା । ସିପିଆଇ(ଏମ)ର ଜିଲ୍ଲା ସମ୍ପାଦକ ଦଣ୍ଡପାଣି ରଇତଙ୍କ ନେତୃତ୍ୱରେ ଦଳୀୟ ନେତା ଓ କର୍ମୀ ପାରଳାଖେମୁଣ୍ଡି ସହରରେ ଥିବା ବିଦ୍ୟୁତ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣବିକ୍ଷୋଭ କରାଯାଇଥିଲା । ଯେଉଁ ରାଜ୍ୟ ଗୁଡିକ ଓଡିଶାରୁ ବିଦ୍ୟୁତ କିଣି ସେଠାକାର ଉପଭୋକ୍ତାଙ୍କ ଠାରୁ ୟୁନିଟ୍ ପିଛା କମ ଦର ନେଉଛନ୍ତି । କିନ୍ତୁ ଆମ ରାଜ୍ୟରେ ବିଦ୍ୟୁତ ଉତ୍ପାଦନ ହେଉଥିଲେ ମଧ୍ୟ ଉପଭୋକ୍ତାଙ୍କ ଠାରୁ ୟୁନିଟ ପିଛା ଦର ବହୁଗୁଣା ଅଧିକ ନିଆଯାଉଛି । ଆମ ରାଜ୍ୟର ଅଧିକାଂଶ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ବେଳେ ସରକାରଙ୍କ ଦ୍ୱାରା ବିଦ୍ୟୁତ ଶୁଳ୍କ ବୃଦ୍ଧି ସେମାନଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ୍ୟ ପାଲଟିଛି ବୋଲି ଅଭିଯୋଗ କରିଛନ୍ତି । ବିକ୍ଷୋଭ ପ୍ରଦର୍ଶନରେ ସିପିଆଇ (ଏମ)ର ମହୋତ ମିଶାଲ, ସିଟୁର ପି.ମୂରଲୀ କ୍ରୀଷ୍ଣା, ସିପିଆଇ(ଏମ୍ଏଲ୍) ଲିବରେସନର ଶ୍ରୀନିବାସ ବେହେରା, ଆଇନଜୀବୀ ଉପେନ୍ଦ୍ର ନାୟକ ଓ ବସ କର୍ମଚାରୀ ସଂଘର ନରସିଂହ ମାଳଭିଶୋଇଙ୍କ ସମେତ ବହୁ ସଂଖ୍ୟକ ନେତା ଓ କର୍ମୀ ସାମିଲ ହୋଇଥିଲେ ।