ବିଦ୍ୟୁତ ବିଭାଗର କାର୍ଯ୍ୟରତ ଲାଇନମେନ ସୁଶାନ୍ତ ନାଥଙ୍କ ଅକାଳ ବିୟୋଗ

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ବିଦ୍ୟୁତ ବିଭାଗର କାର୍ଯାରତ ଲାଇନମେନ ସୁଶାନ୍ତ ନାଥ (ନାଥ ଭାଇ) ଗତ ଶନିବାର ସନ୍ଦ୍ୟାରେ ଅକାଳ ବିୟୋଗ ଘଟିଛି। ସେ ମଧୁମେୟ ଓ ହୁର୍ଦ୍ଧଘାତ ଭଳି ରୋଗରେ ଦୀର୍ଘ ଦିନ ହେବ ପୀଡିତ ରହି ବନ୍ଧଟିଆ ଅଂଚଳରେ ଲୋକଙ୍କୁ ବିଦ୍ୟୁତ ସେବା ଯୋଗାଉଥିଲେ। ତାଙ୍କ ଜନ୍ମ ସ୍ଥାନ ଭଦ୍ରକ ବ୍ଲକ ଆନ୍ଦବଜ଼ାର ଗଞ୍ଜାମାଳ ଅଂଚଳରେ। ସେ ୨୦୦୪ ରୁ ଚାକିରୀ ଜୀବନ ଆରମ୍ଭ କରିଥିଲେ । ଗତ ୨୩ ରିଖ ତାଙ୍କ ଦେହ ଅସୁସ୍ଥ ହେବାରୁ ଘର ଲୋକେ ଭଦ୍ରକ ଓ ପରେ କଟକର ଏକ ଘରୋଇ ମେଡିକାଲରେ ଚିକିତ୍ସା ହେଉଥିଲେ ମଧ୍ୟ ଶରୀରରେ କୌଣସି ସୁଧାର ଆସିନଥିଲା । ଶେଷରେ ଶନିବାର ମୃତ୍ୟୁ ହୋଇଥିଲା । ଏନେଇ ରବିବାର ବିଦ୍ୟୁତ ବିଭାଗ ତରଫରୁ ଧାମନଗର ଏନଏସି ଅଧିନସ୍ତ ରାହାପିତା ସବଷ୍ଟେସନ ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏସଡ଼ିଓ ସୁଶାନ୍ତ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ପ୍ରଥମେ ୨ମିନିଟ ନିରବ ପ୍ରାଥନା କରି ସଭା ମଣ୍ଡିତ ହୋଇଥିଲା । ସୁରେନ୍ଦ୍ର ସହୁ ସଭା ପରିଚାଳନା କରିଥିଲା ବେଳେ ସତ୍ୟରଞ୍ଜନ ରାଉତ, ପ୍ରଶାନ୍ତ କୁମାର ଦାସ, ପାର୍ଥ ସାରଥୀ ସାହୁ, ଜିତେନ୍ଦ୍ର ଜେନା, ତାପସ ବାରିକ, ସତ୍ୟରଞ୍ଜନ ରାଉତ, ଲଷ୍ମୀଧର ବେହେରା, ଦେବାଶିଷ ମିଶ୍ର, ଅଶୋକ କୁମାର ସାହୁ ଓ ଅନ୍ୟ ଠିକା କର୍ମଚାରୀ ଉପସ୍ଥିସ ରହି ସ୍ମୃତିଚାରଣ କରିଥିଲେ। ଶେଷରେ ପାର୍ଥ ସାରଥୀ ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ