ବିଦ୍ୟୁତ ବିଭାଗର ଗାଁ ଚାଲୋ ଅଭିଯାନ

ନାଉଗାଁ, (ଓ୍ବାଇଏନ୍ଏସ୍):ଟାଟା ପାୱାରର ବାଲିକୁଦା ଉପଖଣ୍ଡ ଓ ନାଉଗାଁ ସେକ୍ସନ ମିଳିତ ଆନୁକୁଲ୍ୟରେ ନାଉଗାଁ ବ୍ଳକ ଅଧିନ ମୁଣ୍ଡାଳୋ ଠାରେ ଗାଁ ଚାଲୋ ଅଭିଯାନରେ ଏକ ବିଦ୍ୟୁତ କ୍ୟାମ୍ପ ସୋମବାର ଅନୁଷ୍ଠିତ ହୋଇଯାଇଛି । ଏହି କ୍ୟାମ୍ପରେ ବିଦ୍ୟୁତ ଉପଭୋକ୍ତାଙ୍କ ବିଦ୍ୟୁତ ବିଲ୍ ସଂଶୋଧନ କରାଯିବା ସହିତ ବକେୟା ବିଲ୍ ଆଦାୟ କରାଯାଇଥିଲା । ଏହି ଅଭିଯାନରେ ମୋଟ ୧୨୦ଟି ଅଭିଯୋଗପତ୍ର ପଂଜିକୃତ ହୋଇଥିବା ବେଳେ ସମସ୍ତ ଅଭିଯୋଗକୁ ସମାଧାନ କରାଯାଇଥିଲା । ଏହି କ୍ୟାମ୍ପରେ ୮୭ ଜଣ ଉପଭୋକ୍ତାଙ୍କ ଠାରୁ ୨ଲକ୍ଷ ୫୮ ହଜାର ୪୩୦ ଟଙ୍କା ଆଦାୟ କରାଯାଇଛି । ସେମାନଙ୍କ ମଧ୍ୟରୁ ଦୁର୍ଯୋଧନ ଜେନା ସମସ୍ତ ବକେୟା ବିଲ ପୈଠ କରିଥିବାରୁ ତାଙ୍କୁ ବିଦ୍ୟୁତ ବିଭାଗ ପକ୍ଷରୁ ପୁରସ୍କୃତ କରାଯାଇଛି । ଏହି କ୍ୟାମ୍ପରେ ବାଲିକୁଦା ଏସଡିଓ ଇଂ.ଦେବଦତ ଉପାଧ୍ୟାୟ, କନିଷ୍ଟ ଯନ୍ତ୍ରୀ ଦିପକ କୁମାର ଭୂଇ, ବାଲିକୁଦା ଉପଖଣ୍ଡ କାର୍ଯ୍ୟାଳୟର ଅଫିସ ଆସିଷ୍ଟାଂଟ ନିଳକଣ୍ଠ ଖଣ୍ଡୁଆଳ, ସେକ ରାଜୁ, ଲାଇନମ୍ୟାନ ପ୍ରତାପ ମହାନ୍ତି, ବିଷ୍ଣୁପ୍ରସାଦ ବିଶ୍ୱାଳ, ନିହାର ରଂଜନ ସେଠୀ, ମନୋରଂଜନ ବୁଡୁ, ସୁପରଭାଇଜର ଦିବ୍ୟଜ୍ୟୋତି ବଳ, ଦେବନାରାୟଣ ମହାନ୍ତି, ତ୍ରିଲୋଚନ ମାଂଜି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ