ବିଦ୍ୟୁତ ବିଭାଗ ଶ୍ରମିକ ନେତାଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା
ବାଲେଶ୍ୱର, (ସରୋଜ ପଣ୍ଡା) :-ବିଦ୍ୟୁତ ବିଭାଗର ଶ୍ରମିକ-କର୍ମଚାରୀ ନେତା ତଥା ‘ପାୱାର ଏମ୍ପ୍ଲଇଜ ୟୁନିୟନ’ର ପୂର୍ବତନ କର୍ମକର୍ତ୍ତା ଦେବେନ ଚନ୍ଦ୍ର ବାରିକଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ସଂଗଠନର ସଭାପତି ଜଗଦୀଶ ବେହେରାଙ୍କ ଅଧ୍ୟକ୍ଷତାରେ ବାଲିଆସ୍ଥିତ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଅକ୍ଷୟ କୁମାର ଜେନା, ଭରତ ଚନ୍ଦ୍ର ସେଠୀ, ସତ୍ୟନାରାୟଣ ବେହେରା, ନବକିଶୋର ଦାସ, ବୃନ୍ଦାବନ ମହାନ୍ତି, ସୁରେନ୍ଦ୍ର ଲେଙ୍କା, ରଘୁନାଥ ବାରିକ ଓ ସଲିଲ୍ ସିଂ, ଏଆଇଟିୟୁସିର ରାଜ୍ୟ ଉପ-ସଭାପତି ଗୌରାଙ୍ଗ ପାଣିଗ୍ରାହୀ, ଜିଲ୍ଲା ସମ୍ପାଦକ ଶ୍ୟାମସୁନ୍ଦର ଜେନା, ସହ-ସମ୍ପାଦକ ଶରତ ଚନ୍ଦ୍ର ଦଳାଇ ପ୍ରମୁଖ ସଂଘର କର୍ମକର୍ତ୍ତାମାନେ ଏଥିରେ ଯୋଗଦେଇ ସ୍ୱର୍ଗତ ବାରିକଙ୍କ ଜୀବନାଦର୍ଶ ଓ କାର୍ଯ୍ୟଧାରା ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ବିଦ୍ୟୁତ ଶ୍ରମିକ, କର୍ମଚାରୀ ଓ ଗ୍ରାହକଙ୍କ ସ୍ୱାର୍ଥରେ ତାଙ୍କର ସଂଗ୍ରାମମୟ ଜୀବନଧାରା ନୂତନ ପିଢ଼ିଙ୍କୁ ଅନୁପ୍ରାଣିତ କରିବ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ । ଅସୁସ୍ଥତା କାରଣରୁ ସଂଘର ସାଧାରଣ ସମ୍ପାଦକ ତାରାକାନ୍ତ ପଟ୍ଟନାୟକ ଭିଡ଼ିଓ ବାର୍ତ୍ତାରେ ଶୋକ ପ୍ରକାଶ କରିଥିଲେ । ରାଜ୍ୟ ବିଦ୍ୟୁତ୍ କର୍ମଚାରୀ ଫେଡେରେସନ୍ ପକ୍ଷରୁ ରାମକୃଷ୍ଣ ପଣ୍ଡା ପଠାଇଥିବା ଶୋକବାର୍ତ୍ତା ଏହି ଶ୍ରଦ୍ଧାଞ୍ଜଳି ସଭାରେ ପାଠ କରାଯାଇଥିଲା । ଗତ ୨୦ ତାରିଖ ମଧ୍ୟରାତ୍ରରେ ୭୭ବର୍ଷ ବୟସରେ ହୃଦଘାତ ଯୋଗୁଁ ସ୍ୱର୍ଗତ ବାରିକ ପରଲୋକ ହୋଇଥିଲା । ଆଶୀଷ କୁମାର ଜେନା ଶେଷରେ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।