ବିଦ୍ୟୁତ ବିଭ୍ରାଟ ନେଇ ବିଜେପିର ଶୋଭାଯାତ୍ରା ଓ ପ୍ରତିବାଦ ସଭା
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ବିଦ୍ୟୁତ ବିଭାଗର ଅବ୍ୟବସ୍ଥା ଓ ଅଘୋଷିତ ବିଦ୍ୟୁତକାଟକୁ ନେଇ ଭଣ୍ଡାରିପୋଖରୀ ବିଜେପି ପକ୍ଷରୁ ଆଜି ଏକ ଶୋଭାଯାତ୍ରା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଦଳୀୟ କାର୍ଯ୍ୟାଳୟ ଠାରୁ ବିଜେପି ନେତାଙ୍କ ସମେତ କର୍ମୀମାନେ ଏକ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରିବା ସହ ବିଦ୍ୟୁତ ବିଭାଗ କନିଷ୍ଠଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭାରେ ଯୋଗଦେଇଥିଲେ । ବରିଷ୍ଠ ବିଜେପି ନେତା ପ୍ରକାଶ କିଶୋର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ନିର୍ବାଚନ ମଣ୍ଟଳୀ ବିଜେପି ନେତା ବଦ୍ରୀନାରାୟଣ ଧଳ, ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ବ୍ଲକ ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ନିର୍ମଳ କର, ମହିଳାନେତ୍ରୀ ତପସ୍ୱିନୀ ମହାପାତ୍ର ପ୍ରମୁଖ ଯୋଗଦେଇ ବିଦ୍ୟୁତ ଶୁଲ୍କ ବୃଦ୍ଧି ଓ ଅଘୋଷିତ ବିଦ୍ୟୁତକାଟକୁ କଟୁ ସମାଲୋଚନା କରିଥିଲେ । ଏହାଛଡା ସୌଭାଗ୍ୟ ଯୋଜନାରେ ବିଭିନ୍ନ ଦୁର୍ନିତ ହୋଇଥିବା ବିଜେପି ନେତାମାନେ ଅଭିଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉକ୍ତ ପ୍ରତିବାଦ ସଭାରେ ଅଜୟ ରାଉତ, ବିବେକାନନ୍ଦ ସାହୁ, ଗିରିଶ ସାମଲ(ଠୁରିଭାଈ), ଅମୁଲ୍ୟ ସେଠୀ, ଭୀମସେନ ନାୟକ, କରୁଣାକର ସାହୁ, ସନ୍ତୋଷ ସାହୁ, ପ୍ରଫୁଲ୍ଲ ସାହୁ, ମୁକୁନ୍ଦ ମଲ୍ଲିକ, ସୁରେଶ ସାମଲ, ରବିନାରାୟଣ ସାହୁ, ପ୍ରହଲ୍ଲାଦ ସାହୁ ପ୍ରମୁଖ ଯୋଗଦେଇଥିଲେ । ଘଟଣାସ୍ଥଳରେ ନେସ୍କୋର ନିର୍ବାହୀ ଯନ୍ତ୍ରୀ ରଶ୍ମିରଞ୍ଜନ ବେହେରା ଓ ହିମାଂଶୁ ପାତ୍ର ପହଞ୍ଚି ବିଜେପି ନେତାଙ୍କ ସହ ଆଲୋଚନା କରି ଥିବାବେଳେ ଏନେଇ ଏକ ଦାବିପତ୍ର ଗ୍ରହଣ କରିଥିଲେ ।