ବିଦ୍ୟୁତ ବିଲ ବୃଦ୍ଧି ଓ ହଥରସ ଦୁଷ୍କର୍ମ ମାମଲାରେ ନ୍ୟୟ ଦାବି ରେ ସି ପି ମ ର ବିକ୍ଷୋଭ ପଦର୍ଶନ

କାଶୀନଗର, (ରାଜେଶ ପଟ୍ଟନାୟକ ):କାଶୀନଗର ବ୍ଲକ ସି ପି ମ ଓ ଗଣତାନ୍ତିକ ଯୁବ ଫେଡେରେସନ ତରଫରୁ ସମ୍ପ୍ରତି ଉତ୍ତରପ୍ରଦେଶ ରେ ଦଳିତ ମହିଳା ପ୍ରତି ହୋଇଥିବା ଦୁଷ୍କର୍ମ ର ପ୍ରତିବାଦ ରେ ଉତ୍ତରପ୍ରଦେଶ ମୁଖ୍ୟ ମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଙ୍କ ଇସ୍ତଫା ଓ ପୀଡିତା କୁ ନ୍ୟୟ ପ୍ରଦାନ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରି ଥିଲେ | ରାଜ୍ୟ ସରକାରଙ୍କ ବିଦ୍ୟୁତ ନିୟାମକ ବିଦ୍ୟୁତ ବିଲ ପିଛା ୨୦ ପଇସା ବୃଦ୍ଧିର ପ୍ରତିବାଦ କରିବା ସହ ବିଭିନ୍ନ ସ୍ଲୋଗାନ ଦେଇ କର୍ମୀମାନେ ବିଦ୍ୟୁତ ବିଭାଗ ଏସ.ଡି.ଓ କାର୍ଯ୍ୟାଳୟରେ ପହଂଚି ଦାବି ପତ୍ର ପ୍ରଦାନ କରି ଥିଲେ |ଏହି ରାଲି ସ୍ଥାନୀୟ ଷ୍ଟେଟ ବାଙ୍କ ଛକ ଠାରୁ ବାହାରି ବ୍ଲକ ରୋଡ ବିଦ୍ୟୁତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା |ଏହି ରାଲି ରେ ସି.ପି.ମ ଦଳର ସଭାପତି କାର୍ତିକ ଶବରଙ୍କ ନେତୃତ୍ୱ ରେ ଶତାଧିକ ମହିଳା ଓ ପୁରୁଷ କର୍ମୀ ବିକ୍ଷୋଭ ପଦର୍ଶନ କରି ଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ