ବିଦ୍ୟୁତ ଶୁକ୍ଳ ବୃଦ୍ଧିକୁ ବିରୋଧ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :-ବିଦ୍ୟୁତ ଶୁକ୍ଳ ବୃଦ୍ଧି କରିବା ପାଇଁ ସରକାର ନିଷ୍ପତି ନେଇଛନ୍ତି । ଉକ୍ତ ନିଷ୍ପତିରେ ବିଦ୍ୟୁତ ସେବା ପ୍ରଦାନକାରୀ ସଂସ୍ଥା ଲାଭବାନ ହେବ । କିନ୍ତୁ ସାଧାରଣ ଉପଭୋକ୍ତ ବର୍ଦ୍ଧିତ ବିଦ୍ୟୁତ ବିଲ ଯୋଗୁ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେବାକୁ ପଡିବ । ସରକାରଙ୍କର ଉକ୍ତ ନିଷ୍ପତିକୁ ଓଡିଶା ବିଦ୍ୟୁତ ଉପଭୋକ୍ତା ମିଳିତ ମଂଚ ପକ୍ଷରୁ ଦୃଢ ନିନ୍ଦା କରାଯାଇଛି । ଜନସାଧାରଣଙ୍କ ଆଥିକ ସ୍ଥିତିକୁ ବିଚାରକୁ ନେଇ ଯଥା ଶୀଘ୍ର ବିଦ୍ୟୁତ ଶୁକ୍ଳ ନିଷ୍ପତିକୁ ପ୍ରତ୍ୟାହାର କରିବା ପାଇଁ ଦାବି କରାଯାଇଛି । ଶୁକ୍ରବାର ଉକ୍ତ ମଂଚର ନାଉଗାଁ ଶାଖା ପକ୍ଷରୁ ଏକ ସ୍ମାରକପତ୍ର ଜଗତସିଂହପୁର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କ ନିକଟକୁ ଟାଟା ପାୱାର ଲିଡ୍ ମ୍ୟାନେଜର ଜରିଆରେ ପଠାଯାଇଛି । ଏହି ସ୍ମାରକ ପତ୍ରକୁ ମଂଚ ପକ୍ଷରୁ ବଂଶୀଧର ବେହେରା, ସୁବାସ ସ୍ୱାଇଁ, ରଂଜିତ ଜେନା ପ୍ରମୁଖ ପ୍ରଦାନ କରିଥିଲେ । ଉକ୍ତ ସ୍ମାରକପତ୍ରକୁ ନିର୍ବାହୀ ଯନ୍ତ୍ରୀଙ୍କ ନିକଟକୁ ପଠାଯିବ ବୋଲି କନିଷ୍ଠ ଯନ୍ତ୍ରୀ ଦିପକ ଭୂଇ ସୂଚନା ଦେଇଛନ୍ତି ।