ବିଦ୍ୟୁତ ଶ୍ରମିକ କର୍ମଚାରୀ ସଙ୍ଘ ଡିଭିଜନ ସମ୍ପାଦକଙ୍କୁ ନିର୍ବାହୀ ଯନ୍ତ୍ରୀଙ୍କ ଆଶାଳୀନ ବ୍ୟବହାର

କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାସ) : ବିଦ୍ୟୁତ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଓଡିଶା ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ସଙ୍ଘର ଡିଭିଜନ ସମ୍ପାଦକ ଶାନ୍ତନୁ ମଲ୍ଲିକଙ୍କୁ ଆଶାଳୀନ ବ୍ୟବହାର କରିବା ସହ ଚାକିରୀ ନେଇଯିବାକୁ ଧମକ ଦେଇଥିବା ଶ୍ରୀ ମଲ୍ଲିକ ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାଇ ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ସଙ୍ଘର ଡିଭିଜନ ସମ୍ପାଦକ ତଥା କେନ୍ଦ୍ରାପଡା ବିଦ୍ୟୁତ ଡିଭିଜନ -୧ଅଧିନସ୍ଥ ୩ନମ୍ବର ସେକସନ ଇଛାପୁର ଠାରେ ଲାଇନମ୍ୟାନ -ସି ଭାବେ କାର୍ଯ୍ୟରତ ଶ୍ରୀ ମଲ୍ଲିକ ଗତ ସୋମବାର ଅପରାହ୍ନ ପ୍ରାୟ ୧ଘଂଟା ୩୦ମିନିଟ ସମୟରେ ବିଦ୍ୟୁତ ଡିଭିଜନ ଅଫିସକୁ କେତେକ ଶ୍ରମିକ ସମସ୍ୟା ନେଇ ଆସିଥିବା ସମୟରେ ଡିଭିଜନର ନିର୍ବାହୀ ଯନ୍ତ୍ରୀ ହଠାତ ଆସି ଶ୍ରୀ ମଲ୍ଲିକଙ୍କୁ ଆକ୍ରୋଶମୂଳକ ଭାବେ ଅତ୍ୟନ୍ତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଏହାପରେ ନିର୍ବାହୀ ଯନ୍ତ୍ରୀ ତାଙ୍କ ଅଫିସ ଚାମ୍ବରକୁ ଡାକିଥିଲେ । ଶ୍ରୀ ମଲ୍ଲିକ ତାଙ୍କ ଚାମ୍ବରକୁ ଯିବାରେ ନିର୍ବାହୀ ଯନ୍ତ୍ରୀ ଅତ୍ୟନ୍ତ ଅଶ୍ଳୀଳ ଭାଷାରେ ତାଙ୍କୁ ଗାଳିଗୁଲଜ କରିବା ସହିତ ବିଦ୍ୟୁତ ୟୁନିଅନକୁ ନେଇ ମଧ୍ୟ ଗାଳିଗୁଲଜ କରିଥିଲେ ବୋଲି ଅଭିଯୋଗ ହୋଇଛି । ଏଥିସହିତ ଶ୍ରୀ ମଳ୍ଲିକଙ୍କ ସର୍ଭିସବୁକରେ ନାଲିଗାରମାରି ଦେବାକୁ ଧମକ ଦେଇଥିଲେ । ଗଳାଧକ୍କାଦେଇ ଶ୍ରୀ ମଲ୍ଲିକଙ୍କୁ ତାଙ୍କ ଚାମ୍ବରରୁ ବାହାର କରିଦେଇ ଚାକିରୀ ଖାଇଦେବେ ବୋଲି ନିର୍ବାହୀ ଯନ୍ତ୍ରୀ ଧମକ ଦେଇଥିବା ଅଭିଯୋଗ ହୋଇଛି । ତାଙ୍କ ଜୀବନ ପ୍ରତି ବିପଦ ଥିବା ଶ୍ରୀ ମଲ୍ଲିକ ଅଭିଯୋଗ କରିଛନ୍ତି । ଏସମ୍ପର୍କରେ ଶ୍ରୀ ମଲ୍ଲିକ ଟାଉନ ଥାନାରେ ସେହିଦିନ ଲିଖିତ ଅଭିଯୋଗ କରିବା ସହିତ ମଙ୍ଗଳବାର ଅନଲାଇନରେ ମଧ୍ୟ ଏଫ.ଆଇ.ଆର ଦେଇଥିବା କହିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ପୋଲିସ କୈାଣସି ପଦକ୍ଷେପ ନେଇନଥିବା ଶ୍ରୀ ମଲ୍ଲିକ କହିଛନ୍ତି । ଏସମ୍ପର୍କରେ ବିଦ୍ୟୁତ ନିର୍ବାହୀ ଯନ୍ତ୍ରୀଙ୍କ ମତାମତ ନିମନ୍ତେ ଫୋନରେ ଯୋଗାଯୋଗ କରାଯାଇଥିଲେବି ସେ ଫୋନ ନଉଠାଇବାରୁ ମତାମତ ନିଆଯାଇପାରିନି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ