ବିଦ୍ୟୁତ ସଂସ୍ପର୍ଶରେ ଆସି ସପ୍ତମ ଶ୍ରେଣୀ ଛାତ୍ରର ମୃତ୍ୟୁ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ଗଙ୍ଗଦା (ପାଇକ ସାହି ) ଗ୍ରାମର ଚନ୍ଦନ ପରିଡାଙ୍କ ପୁଅ ଆୟୁଷ ପରିଡା ( ରୁଦ୍ର)(୧୩)ଙ୍କର ଆଜି ସନ୍ଧ୍ୟାରେ ଗଂଗଦାହାଟରେ ଥିବା ‘ ପ୍ରିୟା ଭେରାଇଟି ଷ୍ଟୋର ‘ନାମକ ନିଜ ଦୋକାନକୁ ଆସିଥିଲେ ସନ୍ଧ୍ୟା ଧୂପ ଦେବାପାଇଁ | କୌଣସି କାରଣ ବଶତଃ ବିଦ୍ୟୁତ ସଂସ୍ପର୍ଶ ଆସିଯାଇଥିଲେ ଆୟୁଷ | ପାଖ ଦୋକାନୀ ଆୟୁଷର ଚିତ୍କାର ଶୁଣି ଆସି ଦେଖିଲା ବେଳକୁ ସେ ତଳେ ପଡିଯାଇଛି | ସଙ୍ଗେ ସଙ୍ଗେ ଆୟୁଷକୁ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲ | କିନ୍ତୁ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ | ଆୟୁଷ ଗଂଗଦାହାଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀର ଛାତ୍ର ଅଟନ୍ତି । ଆୟୁଷର ମୃତ୍ୟୁକୁ ନେଇ ସ୍ଥାନୀୟ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଅନ୍ୟପଟରେ ଉକ୍ତ ଦୋକାନକୁ କାହା ନାମରେ ବିଦ୍ୟୁତ ସଂଯୋଗ ହୋଇଛି ଏବଂ ପିଲାଟି କିପରି ବିଦ୍ୟୁତ ସଂସ୍ପର୍ଶରେ ଆସିଲା ତାହାକୁ ନେଇ ଘଟଣାସ୍ଥଳରେ ଗାରେଇ ଫାଣ୍ଡୀ ଅଧିକାରୀ ପହଁଚି ତଦନ୍ତ ଚଳାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ