ବିଦ୍ୟୁତ ସଂସ୍ପର୍ଶରେ ଆସି ୨ ମୃତ୍ୟୁ

ନୟାଗଡ , (ଯୁଗାବ୍ଦ ନ୍ୟୁଜ) : ରଣପୁର ଥାନା ରଙ୍କଦେଉଳି ଗାଁରେ ଅଘଟଣ ।ବିଦ୍ୟୁତ ସଂସ୍ପର୍ଶରେ ଆସି ଗାଁର ଦୁଇଜଣଙ୍କର ମୃତ୍ୟୁ ଘଟିଛି। ମୃତକ ମାନେ ହେଲେ ଲକ୍ଷ୍ମଣ ସାହୁ ଓ ରବି ପରିଡା ବୋଲି ଜଣାପଡିଛି ।ରବି ପରିଡା ଲକ୍ଷ୍ମଣ ସାହୁଙ୍କ ଘରେ ବିଦ୍ୟୁତ କାମ କରୁଥିବା ବେଳେ ହଠାତ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ।ରବିକୁ ବଞ୍ଚାଇବାକୁ ଯାଇ ଲକ୍ଷ୍ମଣ ସାହୁ ମଧ୍ୟ ବିଦ୍ୟୁତ ସଂଷ୍ପଶରେ ଆସିଥିଲେ।ଘଟଣାସ୍ଥଳରେ ରବିଙ୍କର ମୃତ୍ୟୁ ଘଟିଥିବା ଲକ୍ଷ୍ମଣ ସାହୁଙ୍କୁ ଗୁରୁତର ଅବସ୍ଥାରେ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ପୋଲିସ ପହଞ୍ଚି ଶବ ଜବତକରି ବ୍ୟବଛେଦ କରାଇବା ସହ ଘଟଣାର ତଦନ୍ତ ଚଳାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ