ବିଦ୍ୟୁତ ସଂସ୍ପର୍ଶରେ ୧୯ ଆହାତ ୨ ନାବାଳକ ଗୁରୁତର
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଳକ ଫାସିଗୁଡା ଗ୍ରାମ ଦଳିତ ସାହିରେ ଶନିବାର ରାତି ରୁ ଚାଲିଥିଲା ପୌରାଣିକ ରାମାୟଣ ଥିଏଟର। ରବିବାର ଥିଏଟର ଦେଖିବାକୁ ଗ୍ରାମବାସୀ ଏବଂ ଆଖପାଖ ଗାଁ ଲୋକଙ୍କ ଭିଡ଼ ଲାଗିଥିଲା ମଧ୍ୟାହ୍ନ ପ୍ରାୟ ୧୨ ଟାରେ ପ୍ରବଳ ବର୍ଷା ହେଲା। ବର୍ଷା ଯୋଗୁଁ ଯିଏ ଯୁଆଡେ ପକାଇଲେ। ଥିଏଟର କୁ କିଛି ସମୟ ବନ୍ଦ ରଖାଯାଇଥିଲା।ବର୍ଷାରୁ ବର୍ତ୍ତିବାକୁ ଥିଏଟର ଦେଖୁଥିବା ବହୁ ସଂଖ୍ୟକ ନାବାଳକ ନାବାଳିକା ଥିଏଟର ମଞ୍ଚ ତଳକୁ ଚାଲିଯାଇ ସେଠାରେ ଖେଳୁଥିଲେ। ଏହି ସମୟରେ ଘଟିଯାଇଥିଲା ବଡ଼ ଧରଣର ଅଘଟଣ। ଘଟିଛି। ମଞ୍ଚ ରେ ବିଦ୍ୟୁତ ସଟ ସର୍କିଟ ହୋଇ ଏର୍ଥିଂ ହେବାରୁ ବିଦ୍ୟୁତ ସଂସ୍ପର୍ଶରେ ୧୯ ଜଣ ଗୁରୁତର ଆହାତ ହୋଇଥିଲେ।ଆହାତ ମାନେ ହେଲେ ଗଣେଶ ପ୍ରଧାନ,ଚନ୍ଦନ ବିଶ୍ଵାଳ, ରୁଦ୍ର ପ୍ରଧାନ, ଶମ୍ଭୁ ନାୟକ,ଆକାଶ ଦାସ, ଶିଳ୍ପା ଦାସ,କ୍ରିଷ୍ଣା ଦାସ,ବଳରାମ ଦାସ,ଶୁଭମ ବେହେରା,ଓମ୍ ଦାସ,ଭାସ୍କର ପ୍ରଧାନ,ଅନିଲ ଦାସ, ଶ୍ରୀନୁ ଦାସ,ତେଜ ସ୍ଵିନି ଦାସ,ସଚିନ ଦାସ,ପୂର୍ଣ୍ଣ ଦାସ,ଅମୃତ ଦାସ,ମିକି ଦାସ,ପ୍ରତାପ ବେହେରା ଏବଂ ଶିବରାମ ବିଷୋୟୀ।ଆହତଙ୍କ ମଧ୍ୟରେ ୧୫ ଜଣ ନାବାଳକ ନାବାଳିକା ଥିବା ଜଣାପଡିଛି।ଖବର ପାଇ ସରପଞ୍ଚ ଶିବରାମ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ତାଙ୍କ କାର ରେ ପ୍ରଥମେ ୪ ଜଣଙ୍କୁ ଚେତା ଶୂନ୍ୟ ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଆଣିଥିଲେ। ପରେ ସମସ୍ତ ଆହାତ ମାନଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା।ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ୮ ଜଣଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ କ୍ରିଷ୍ଣା ଦାସ ଏବଂ ବଳରାମ ଦାସ ଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଆଇ ସି ୟୁ ରେ ରଖାଯାଇ ଚିକିତ୍ସା ଚାଲିଥିବା ସରପଞ୍ଚ ଜଣାଇଛନ୍ତି। ଗ୍ରାମର ଦଳିତ ସାହିରେ ଥିବା ମାଁ ଗ୍ରାମଦେବତୀ ମନ୍ଦିର ପୁନରୁଦ୍ଧାର ପରେ ସାହି ବାସିନ୍ଦାଙ୍କ ଉଦ୍ୟମରେ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଗତ ୯ ତାରିଖ ଠାରୁ ଚାଲିଥିଲା। ଯଜ୍ଞ ପୂର୍ଣ୍ଣାହୁତି ଦିବସ ଶନିବାର ରାତି ରୁ ସାହିରେ ମହୁଡ଼ା ଚାଞ୍ଚଡାପଲ୍ଲୀ ଗ୍ରାମର ପୌରାଣିକ ରାମାୟଣ ଥିଏଟର ପରିବେଷଣ କରାଯାଇଥିଲା । ରବିବାର ମଧ୍ୟାହ୍ନରେ ବର୍ଷା ହେବା ଫଳରେ ଅଧାରୁ ନାଟକ ମଧ୍ୟ ବନ୍ଦ ହୋଇଥିଲା । ପୁଣିଥରେ ନାଟକ ପରିବେଷଣ କରାଯିବା ପାଇଁ ବିଦ୍ୟୁତ ସଂଯୋଗ ବନ୍ଦ କରାଯାଇନଥିଲା। ଏହି ସମୟରେ ନାବାଳକ ନାବାଳିକା ମାନେ ମଞ୍ଚ ତଳେ ଓ ଉପରେ ଚଢ଼ି ଖେଳୁଥିବା ବେଳେ ଲୁହା ଓ ଷ୍ଟିଲ ରେ ନିର୍ମିତ ମଞ୍ଚ ରେ ବିଦ୍ୟୁତ ସଟ୍ ସର୍କିଟ ହୋଇ ଏର୍ଥିଙ୍ଗ ହେବାରୁ ଏଭଳି ଅଘଟଣ ଘଟିଥିଲା । ନାବାଳକ ନାବାଳିକା ମାନଙ୍କ ଚିତ୍କାର ଶୁଣି କିଛି ବ୍ୟକ୍ତି ଦୌଡ଼ି ଯାଇ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିଥିଲେ। ସେମାନଙ୍କୁ ଉଦ୍ଧାର କରିବା ବେଳେ ପ୍ରାୟ ୫ ଜଣ ବୟସ୍କ ବିଦ୍ୟୁତ ସଂସ୍ପର୍ଶରେ ଆସି ଆହାତ ହୋଇଥିଲେ। ସମସ୍ତ ଆହାତ ମାନଙ୍କୁ ଗୁରୁତର ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଣାଯାଇଥିଲା । ଖବରପାଇ ଦିଗପହଣ୍ଡି ତହସିଲଦାର ଅନୀତା ସାହୁ , ବିଡ଼ିଓ ଡ. ଚିତ୍ତରଞ୍ଜନ ଦାସ , ଥାନା ଆଇ ଆଇ ସି ପ୍ରଶାନ୍ତ କୁମାର ପାତ୍ର ପ୍ରମୁଖ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ପହଞ୍ଚି ଗୁରୁତର ମାନଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ । ତେବେ ପ୍ରାଥମିକ ଚିକିତ୍ସା ପରେ ୮ ଜଣ ଅବସ୍ଥା ସଂକଟାପନ୍ନ ରହିଥିବା ରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଥିଲା ଅନ୍ଯ ୧୧ ଜଣ ଚିକିତ୍ସା ପରେ ଘରକୁ ଫେରିଥିଲେ । ସ୍ଥାନୀୟ ସରପଞ୍ଚ ଶିବରାମ ପ୍ରଧାନ , ବ୍ଲକ ଉପାଧ୍ୟକ୍ଷା ସୁକାନ୍ତି ପ୍ରଧାନ,ନକୁଳ ପ୍ରଧାନ, ପୂର୍ବତନ ସରପଞ୍ଚ ଦିଲ୍ଲୀପ କୁମାର ସେଠୀ , ପଞ୍ଚାୟତ ସଭାପତି ପ୍ରଫୁଲ୍ଲ ବିଷୋୟୀ ପ୍ରମୁଖ ଆହାତ ପରିବାର ବର୍ଗ ଙ୍କୁ ସାକ୍ଷାତ କରି ସେମାନଙ୍କୁ ସାନ୍ତ୍ଵନା ଦେବା ସହ ପୋଲିସ ପ୍ରଶାସନକୁ ସହଯୋଗ କରିଥିଲେ ।


