ବିଦ୍ୟୁତ ସର୍ଟସର୍କିଟରୁ ନିଆଁ ଲାଗି ଘର ସଂପୂର୍ଣ୍ଣ ପୋଡି
ଗଂଜାମ, (ବିନୋଦ ପଲାଇ) :-ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଲଙ୍ଗ ପଞ୍ଚାୟତର ନିମୁସୁଳା ଗ୍ରାମରେ ବିଦ୍ୟୁତ ସର୍ଟସର୍କିଟରୁ ନିଆଁ ଲାଗି ଜୈନିକ ବ୍ୟକ୍ତିଙ୍କ ଘର ସମ୍ପୂର୍ଣ୍ଣ ପୋଡି ହୋଇଯାଇଛି । ନିଜ ରାଗିଣୀ ଝିଅକୁ ମେଡିକାଲ ନେଵାପାଇଁ ରଖିଥିବା ଟାଙ୍କା ପୋଡିହୋଇ ଯାଇଥିବା ଜଣାପଡିଛି । ଖବର ପାଇ ବ୍ଳକ ଅଧ୍ୟକ୍ଷ ଶର୍ମିଷ୍ଠା ପ୍ରଧାନ, ପୁର୍ବତନ ବ୍ଳକ ଅଧ୍ୟକ୍ଷ ସୁରଥ ପ୍ରଧାନ, ବିଜେଡ଼ି ନେତା ଦଣ୍ଡପାଣିଦାସ,ସରପଞ୍ଚ ରାଜଶ୍ରୀ ଗୌଡ଼ ପହଞ୍ଚିଥିବା ବେଳେ ପରବର୍ତ୍ତୀ ସମୟରେ ସ୍ଥାନୀୟ ବିଧାୟକ ସୁବାଷ ଚନ୍ଦ୍ର ବେହେରା ପହଞ୍ଚି ସମବେଦନା ଜଣାଇଛନ୍ତି। ଜିଲ୍ଲାପରିଷଦ ସଭ୍ୟ ସସ୍ମିତା ସ୍ବାଇଁ, ବ୍ଲକ ଉପାଧ୍ୟକ୍ଷ ଅନ୍ତର୍ଯ୍ୟାମୀ ବେହେରା , ପୂର୍ବତନ ସେମିତି ସଭ୍ୟ ଗଗନ ସ୍ୱାଇଁ ଉପସ୍ଥିତ ଥିଲେ । ନିମୁଶୁଳା ଗ୍ରାମର ଶୁକୁର ପ୍ରଧାନଙ୍କ ଘରେ ମଧ୍ୟ ରାତ୍ରିରେ କୌଣସି କାରଣରୁ ବିଦ୍ୟୁତ ସର୍ଟସର୍କିଟ ହୋଇ ନିଆଁ ଲାଗିଯାଇଥିଲା । ଘରଟି ଛଣଛପର ହୋଇଥିବାରୁ ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଥିଲା । ଘରେ ଥିବା ସମସ୍ତ ଆବାସପତ୍ର , ଓ ରୁଗୁଣା ଝିଅକୁ ସକାଳେ ମେଡିକାଲ ନେବାପାଇଁ ରଖଥିବା ନଗଦ ଟାଙ୍କା ବି ପୋଡିଛାରଖାର ହୋଇଯାଇଥିଲା । ଖବର ପାଇ ପୁର୍ବତନ ଅଧ୍ୟକ୍ଷ ପ୍ରଧାନ ରମ୍ଭା ଅଗ୍ନିସେବା କେନ୍ଦ୍ରକୁ ଖବର ଦେବାପରେ ମୁଖ୍ୟ ଅଗ୍ନିକ ସୁଶାନ୍ତ କୁମାର ମାଝୀଙ୍କ ତତ୍ତ୍ୱାବଧାନରେ ମାନସ ରଞ୍ଜନ ବେହେରା, ଶିଶିରକୁମାର ଦାସ, ତପନ କୁମାର ଅଧିକାରୀ, ରଶ୍ମିକାନ୍ତ ବେହେରା, ସୁବାଷ ଚନ୍ଦ୍ର ବରାଳ, ମନୋଜ ସେଠୀ, ଚନ୍ଦ୍ରଶେଖର ସାମନ୍ତରାୟ, ବିନୋଦ ପ୍ରଧାନ ପ୍ରମୁଖ ପହଞ୍ଚି ନିଆଁକୁ ଆୟତ କରିଥିଲେ। ଫଳରେ ଅନ୍ୟ ଘରକୁ ନିଆଁ ଲାଗିପାରିନଥିଲା । ନିଆଁ ଲାଗିଥିବା ଶୁକୁରୁ ଆର୍ଥିକ ସ୍ୱଚ୍ଛଳ ନଥିବାରୁ ସେମାଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇ ଦେବାକୁ ଦାବି ହେଉଛି । ରୁଗୁଣା ଝିଅର ମେଡିକାଲ ଚିକିତ୍ସା ବ୍ୟବସ୍ଥା ବିଧାୟକ ବେହେରା କରିବେ ବୋଲି କହିଛନ୍ତି ।


