ବିଦ୍ୟୁତ ସର୍ଟ ସର୍କିଟ ଯୋଗୁ ଘର ଜଳିଗଲା

ଜଗତସିଂହପୁର, (ଅନସୂୟା ରାଉତ) :-ଆଜି ବାଲିକୁଦା ବ୍ଲକ ଅନ୍ତର୍ଗତ ମୁଳୁଗାଁ ପଞ୍ଚାୟତର ଅସାରଣା ଗ୍ରାମରେ ଅଗ୍ନିକାଣ୍ଡ ଘଟିଥିଲା। ବିଦ୍ୟୁତ ସର୍ଟ ସର୍କିଟ ଯୋଗୁ ଅସାରଣା ଗ୍ରାମର ଶୁକଦେବ ରାଉତଙ୍କ ଘର ଜଳିଯାଇଥିଲା। ଖବର ପାଇ ବାଲିକୁଦା ଅଗ୍ନିସମ ବିଭାଗ ଆସି ନିଆକୁ ଆୟତ କରିଥିଲେ ହେଲେ ଘରର ସମସ୍ତ ଆସବାବ ପତ୍ର ପୋଡିଯାଇ ପାଉଁଶ ହୋଇଯାଇ ଥିଲା। ଏହି ଅଗ୍ନିବିପନ୍ନ ପରିବାର ପ୍ରତି ସହାନୁଭୂତି ଜଣାଇବା ସରପଞ୍ଚ ଦଧିବାମନ ମଲ୍ଲିକ, ସମିତିସଭ୍ୟଙ୍କ ପ୍ରତିନିଧି ସୁଦର୍ଶନ ଦାସ,  ଯୁବନେତା ପ୍ରମୋଦ ନାୟକ, ଗତନାଥ ପରିଡା ପ୍ରମୁଖ ପହଞ୍ଚି ବିଭିନ୍ନ ପ୍ରକାର ସରକାରୀ ସାହାର୍ଯ୍ୟ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେବାସହିତ ସ୍ଥାନୀୟ ରାଜସ୍ବ ନିରୀକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଉକ୍ତ ଅଗ୍ନିବିପନ୍ନ ପରିବାରକୁ ସରକାର ସମସ୍ତ ପ୍ରକାର ସାହାର୍ଯ୍ୟ ସହଯୋଗ କରିବା ପାଇଁ ସାଧାରଣରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ