ବିଦ୍ୟୁତ ସ୍ପର୍ଶରେ ଯୁବକ ମୃତ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟରଭଂଜ ଜିଲ୍ଲାର ବାଦାମ ପାହାଡ ଥାନା ଅନ୍ତର୍ଗତ ସୁଲାଇପାଟ ଫାଣ୍ଡି ଅଂଚଳର ଜୟପୁର ଗାଁର ଜାମୁଡିସାହିରେ ବୁଧବାର ରାତିରେ ବିଦ୍ୟୁତ୍ ସ୍ପର୍ଶରେ ଏକ ଯୁବକର ମୃତ ହୋଇଛି । ପ୍ରକାଶ ଥାଉକି ଜାମୁଡିସାହିର ବାସୁଦେବ ସେଠୀ(୩୦) ଗତକାଲି ରାତିରେ ନିଜ ଘରେ ବିଦ୍ୟୁତ୍ ବଲବ୍ ଲଗାଉଥିବା ସମୟରେ ବିଦ୍ୟୁତ୍ ତାର ଛିଡି ଦେହରେ ଲାଗି ଯାଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା । ତାଙ୍କୁ ସଂଗେସଂଗେ ରାଇରଙ୍ଗପୁର ଡାକ୍ତରଖାନାକୁ ଅଣାଯାଇଥିଲା । ଡାକ୍ତର ମୃତ ଘୋଷଣା କରିଥିଲେ । ଗୁରୁବାର ଦିନ ବାଦାମ ପାହାଡ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ କରାଇ ପରିବାରଙ୍କୁ ହସ୍ତାନ୍ତର କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ