ବିଧବାଙ୍କୁ ଭତ୍ତା ପ୍ରଦାନ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ପଞ୍ଚାୟତ ସମିତି ସଭାଗୃହରେ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ବିଡ଼ିଓ ଦେବଦତ୍ତ ଦାସଙ୍କ ସଂଯୋଜନାରେ ଆଜି ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଧାୟକ ପ୍ରଫୁଲ ସାମଲ ଯୋଗଦେଇ ନୂତନ ହିତାଧିକାରୀ ମାନଙ୍କୁ ଭତ୍ତା ବଣ୍ଟନ କରିଥିଲେ। ନୂତନ ନିୟମ ଅନୁଯାୟୀ ଏବେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଟଙ୍କା ଯାଉଥିବା ବେଳେ ଔପଚାରିକ ଦୃଷ୍ଟିରୁ ଆଜି ବିଧାୟକ ଏହାର ଶୁଭାରମ୍ଭ କରିଥିଲେ। ଏଥିରେ୧୮ଜଣ ବିଧବା, ୧୦ଜଣ ଭିନ୍ନକ୍ଷମ ଓ ୬ଜଣ ସ୍ୱାମୀ ପରିତ୍ୟକ୍ତାଙ୍କ ବ୍ୟାଙ୍କ ଖାତାକୁ ଭତ୍ତା ଅର୍ଥ ଯାଇଥିବା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପଦ୍ମରଞ୍ଜନ ଦାସ ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମରେ ପଂଚାୟତ ସମିତି ଅଧ୍ୟକ୍ଷା ମଞ୍ଜୁଶ୍ରୀ ବେହେରା, ବ୍ଲକ ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ସମାଜସେବୀ ଗୋଲକ ଚନ୍ଦ୍ର ବେହେରା, ପ୍ରାକ୍ତନ ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଣୀତକାନ୍ତି ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ଏଭଳି ଏକ ସରକାରୀ କାର୍ଯ୍ୟକ୍ରମରେ ବ୍ଲକ ପ୍ରଶାସନ ପକ୍ଷରୁ ଗଣମାଧ୍ୟମକୁ କୌଣସି ସୂଚନା ନଦେଇଥିବାରୁ ଘଟଣା ସ୍ଥଳରେ ଗଣମାଧ୍ୟମ ପ୍ରତିନିଧିମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ