ବିଧବା ଆଶ୍ରୟସ୍ଥଳୀରେ କରୋନାର ପ୍ରଭାବିତ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : ଶାଲୋମ କଟେଜର ବିଧବା ଆଶ୍ରୟସ୍ଥଳୀରେ କରୋନାରେ ପ୍ରଭାବିତ ହୋଇଥିବା ଗୁମ୍ମା ପଞ୍ଚାୟତର ନିରାଶ୍ରୟ ବିଧବା ମା ମାନଙ୍କୁ “NEWS” ଅନୁଷ୍ଠାନ ପକ୍ଷରୁ ପ୍ରତ୍ୟେକଙ୍କୁ ଶାଢ଼ୀ ଏବଂ ମଧ୍ୟାହ୍ନ ଭୋଜନ ଦିଆଯାଇଥିଲା । ଗୁମ୍ମା ଖ୍ରୀଷ୍ଟିଆନ ସାହି, ପାଇକ ସାହି, ପିଲିଗିଡା ଗ୍ରାମ, ସେରଙ୍ଗ ଗ୍ରାମ, ଅଣ୍ଡରସିଂ ଗ୍ରାମର ୧୭୫ ଜଣ ବିଧବା ମା ମାନଙ୍କୁ ଶାଢ଼ୀ ଏବଂ ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯାଇଅଛି। ଏତଦ ବ୍ୟତୀତ କେତୋଟି ବିଧବା ମାନଂକୁ ରିଲିଫ ବାବଦରେ ଚାଉଳ ମଧ୍ୟ ଦିଆଯାଇ ଥିଲା l ଏହି କାର୍ଯ୍ୟକ୍ରମରେ NEWS ଅନୁଷ୍ଠାନର ନିର୍ଦ୍ଦେଶକ ବିଶ୍ୱଜିତ୍ ପାଣି, ନିର୍ଦ୍ଦେଶିକା ସଂଯୁପ୍ରଭା ପାଣି, ଶ୍ରୀ ଅରୁଣ କୁମାର ତ୍ରିପାଠୀ DCPO, ଗଜପତି, ଗୁମ୍ମା ମଣ୍ଡଳୀର ନୂତନ ପାଳକ ବିଳାପ ପାଣି, ଓ ମଣ୍ଡଳୀର ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତି ଥିଲେ ଏବଂ ଶାଲୋମ କଟେଜର ମ୍ୟାନେଜର ଶୁଭଙ୍କର ଲିମ୍ମା, SAA ପ୍ରୋଜେକ୍ଟ ର ମ୍ୟାନେଜର ଶ୍ରୀ ପ୍ରତ୍ୟୁଷ ସୂର୍ଯ୍ୟ, କୋଡିନେଟର ଶ୍ରୀ ସୁବାସିତ ସ୍ୱଆଲସିଂ ଏବଂ ସଂଜିତ୍ ପାଇକ ଏହି ସମସ୍ତ କାର୍ଯ୍ୟକ୍ରମର ଅୟୋଜନ ଓ ବଣ୍ଟନ ବ୍ୟବସ୍ଥା ପରିଚାଳନା କରିଥିଲେ l


