ବିଧବା ଶିକ୍ଷୟିତ୍ରୀଙ୍କୁ ସହଯୋଗର ହାତ ବଢ଼ାଇଲେ ଶିକ୍ଷକ ସମାଜ
ବୁଗୁଡ଼ା, (ଅନିଲ କୁମାର ମହାରଣା) :-ବୁଗୁଡା ବ୍ଲକ ଅନ୍ତର୍ଗତ ଖୁଦପଲ୍ଲୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁନିତା କୁମାରୀ ଦେବୀ ଙ୍କ ସ୍ୱାମୀ ପରଲୋକ ଗମନ କରିଥିବା ବେଳେ ଶିକ୍ଷକ ସମାଜ ପକ୍ଷରୁ ସହଯୋଗର ହାତ ବଢ଼ାଇବା ସହ ସମବେଦନା ଜଣାଇ ସାଂତ୍ୱନା ପ୍ରଦାନ କରିଥିବା ଜଣାପଡିଛି । ଶିକ୍ଷୟିତ୍ରୀଙ୍କ ସ୍ୱାମୀଙ୍କ ମୃତ୍ୟୁର ଏକାଦଶହ ଦିବସରେ ବୁଗୁଡା ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି, ପ୍ରାଥମିକ ଶିକ୍ଷକ ସଂଘର ସଭାପତି ସୁରେନ୍ଦ୍ର ଜେନା,ଓ ଅଳୀୟ ସାମଲ କଳମ୍ବ ଗ୍ରାମର ତାଙ୍କ ବାସଭବନ ରେ ପହଞ୍ଚି ବାର ହଜାର ପାଞ୍ଚଶହ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଶିକ୍ଷୟିତ୍ରୀ ସୁନିତା ଦେବୀଙ୍କ ପୁଅ ନବମ ଶ୍ରେଣୀରେ ଅଧ୍ୟୟନ କରୁଥିବା ବେଳେ ଝିଅଟି ପ୍ରାୟ ଦୁଇ ବର୍ଷ ବୟସ ଅଟେ। ପୁଅର ବ୍ରାହ୍ମଣ ସମାଜ ରୀତିରେ ବର୍ତ୍ତୋପନୟ କାର୍ଯ୍ୟ ସମାପନ ପରେ ବାପା ଆର ପାରିକି ଚାଲିଯାଇଥିବା ବେଳେ ରେଗୁଲାର ହୋଇନଥିବା ଶିକ୍ଷୟିତ୍ରୀ ସୁନିତା ଦେବୀ ଅସହାୟ ଅନୁଭବ କରୁଛନ୍ତି ।


